ବିଧାୟକଙ୍କ କରକମଳରେ ପୁସ୍ତକ ‘ଦାରୁବ୍ରହ୍ମ’ ଓ ‘ଧନ୍ୟବାଦ’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ତଥା ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ୫୦ ଖଣ୍ଡ ପୁସ୍ତକର ସ୍ରଷ୍ଟା ଫକୀର ଚରଣ ପାଢ଼ୀଙ୍କର ଦୁଇଟି ପୁସ୍ତକ ‘ଦାରୁବ୍ରହ୍ମ’ ଓ ‘ଧନ୍ୟବାଦ’କୁ ପିପିଲି ବିଧାୟକ ଆଶ୍ରିତ ପଟ୍ଟନୟକ ତା. ୨୧/୦୭/୨୦୨୪ରିଖରେ ତାଙ୍କ ବାସଭବନରେ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ବିଧାୟକ ମହୋଦୟ ଲେଖକ ଶ୍ରୀଯୁକ୍ତ ପାଢ଼ୀଙ୍କର ୫୦ ଖଣ୍ଡ ପୁସ୍ତକ ତାଲିକା ଦେଖି ନିଜ ନିର୍ବାଚନୀ ମଣ୍ଡଳୀରେ ଏଭଳି ଜଣେ ସାରସ୍ୱତ ସାଧକ ଅଛନ୍ତି ଜାଣି ନିଜକୁ ଗୌରବାନ୍ୱିତ ମନେକରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁନିନ୍ଦା ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ହରିଚନ୍ଦନ, ଗୁଆଳିପଡା ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ଅଶୋକ କୁମାର ବିଶ୍ୱାଳ, ପଂଚାୟତ ସମିତି ପ୍ରତିନିଧି ଶରତ କୁମାର ପଟ୍ଟନାୟକ, ସ୍ୱରାଜ୍ୟ ପ୍ରଧାନ, ଲଷ୍ମୀଧର ପରିଡା, ପ୍ରକୃତି ମିତ୍ର ଶିଶୁ ସାହିତ୍ୟିକ ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କ ସମେତ ବିଭିନ୍ନ ପଂଚାୟତର ଜନସାଧାରଣ ଉପସ୍ଥିତ ଥିଲେ । ଶେଷରେ ଅମିତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.