jayashree

ଡାକ ଟିକଟ କେତେ ଜଣା କେତେ ଅଜଣା ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ଆଇନଜୀବୀ ହୃଷିକେଶ ପାଢ଼ୀ ଓ ଅନନ୍ୟା ଗୀତିରେଖା ପାଢ଼ୀଙ୍କ ପୁତ୍ର ଆଦିତ୍ୟ (ସାଇ)ର ପ୍ରଥମ ଜନ୍ମଦିନ ପାଳନ ତା ୨୩/୦୧/୨୦୨୪ ଅବସରରେ ଶ୍ରୀ ସତ୍ୟନାରାୟଣ ଠିଆ ପାଲା, ସ୍ମାରକୀ ଚାରାରୋପଣ ଓ ଫକୀର ଚରଣ ପାଢ଼ୀଙ୍କ ରଚିତ ପୁସ୍ତକ ‘ଡାକଟିକଟ କେତେ ଜଣା କେତେ ଅଜଣା’ ଲୋକାର୍ପିତ ହୋଇଯାଇଛି । ଗାୟକ ବୈକୁଣ୍ଠ ମହାପାତ୍ର ଓ ସାଥୀ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ର ବରିଷ୍ଠ କିରାଣୀ ଚରଣ ପରିଡା, ଶିକ୍ଷୟିତ୍ରୀ ଉର୍ମିଳା ପାଢ଼ୀ, ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟର ଅଧ୍ୟାପିକା ପୂଜା ଦାଶ, ଡାକ୍ତର ବିରଞ୍ଚି ନାରାୟଣ ବଡ଼ପଣ୍ଡା, ସୋମନାଥ ସେନାପତି, ରାଜକିଶୋର ମନୋହାରୀ, ସାହିତ୍ୟ ଆଚାର୍ଯ୍ୟା ସବିତା ପାଢ଼ୀ, ଶିକ୍ଷୟିତ୍ରୀ କବିତା ପାଢ଼ୀ, ଲକ୍ଷ୍ମୀଧର ଦାଶ, ବାଉରୀ ବନ୍ଧୁ ସାହୁ, ଆଇନଜୀବୀ ହୃଷିକେଶ ପାଢ଼ୀ, ଅନନ୍ୟା ଗୀତିରେଖା ପାଢ଼ୀ, ପୂର୍ବତନ ୱାର୍ଡସଭ୍ୟା ଜାନକୀ ପାଢ଼ୀ, ନଳିନୀକାନ୍ତି ଦୀକ୍ଷିତ, ଛାତ୍ରୀ ସଂପୂର୍ଣ୍ଣା ପାଢ଼ୀ, ବନୋସିନୀ ବଡ଼ପଣ୍ଡା, ଆକାଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବଙ୍କ ଆଶିଷ ନେବାସହ ପଠନ ସ୍ପୃହା ବୃଦ୍ଧି ଓ ପରିବେଶ ସୁରକ୍ଷାର ନାରା ଦେଇ ନିଆରା ଢଙ୍ଗରେ ଜନ୍ମୋତ୍ସବ ପାଳନ କରିଥିଲେ ।

Leave A Reply

Your email address will not be published.