ବଲାଙ୍ଗିର ଗାନ୍ଧୀ ଭବନ ଲାଇବ୍ରେରୀ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଗାନ୍ଧୀ ଭବନ ଲାଇବ୍ରେରୀ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରାଣା ଏହାର ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଖୁବ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣା ଏହାର ଯତ୍ନ ନେବା ସହ ଏଠାରୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ସଫଳ ହୁଅନ୍ତୁ ବୋଲି କହିଥିଲେ । ୫୦ ବର୍ଷର ଏହି କୋଠା ରୂପାନ୍ତରିକରଣ ପରେ ଖୁବ ସୁନ୍ଦର ଦେଖାଯାଉଛି । ଏହାକୁ ଗତ ୩ ମାସ ହେଲା ରୂପାନ୍ତରିକରଣ କରାଯାଉଥିଲା । ବଲାଙ୍ଗିର ବ୍ଲକ ପକ୍ଷରୁ ଏହାର କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ମହାନଦୀ କୋଲ ଫିଲଡ ଲିମିଟେଡ୍‌ ସିଏସ୍‌ଆର୍‌ ଫଣ୍ଡରୁ ଟଙ୍କା ଆସିଛି । ଏହି କାର୍ଯ୍ୟକ୍ରମରେ ସଦର ବିଡିଓ ଶରତ ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ, ଗାନ୍ଧୀଭବନର ଘାସିରାମ କାଲସାଏ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.