centurian jitm

“ଦୁଃଖରୁ ମୁକ୍ତି” ପୁସ୍ତକ ଲୋକାର୍ପିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଇଞ୍ଜିନିୟର ବାବାଜୀ ଚରଣ ସାହୁଙ୍କ ରଚିତ ପୁସ୍ତକ ‘ଦୁଃଖରୁ ମୁକ୍ତି’ ସେକ୍ଟର ୫ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ଏନ୍ଆଇଟିର ପ୍ରାକ୍ତନ ଛାତ୍ର ତଥା ଆର୍‌ଏସ୍‌ପିର ପ୍ରାକ୍ତନ ଇଡି ଭାରତ ଭୁଷଣ ମହାନ୍ତି, ନିଟ୍ରା ରାଉରକେଲା ଚାପ୍‌ର ଅଧ୍ୟକ୍ଷ ଇଂ ବିମଳ କୁମାର ବିଶି, ରୋଟାରୀ କ୍ଲବର ପ୍ରାକ୍ତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଫକୀର ଚରଣ ମହାନ୍ତି, ଡ. ଅଶ୍ୱିନୀ କୁମାର ସାବତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉଦ୍‌ଘାଟନ କରିଥିଲେ । ଏନେଇ ପୁସ୍ତକର ରଚୟିତା ଇଂ ସାହୁ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ମଣିଷ ନିକଟରେ ଯେତେ ଅର୍ଥ ବା ପ୍ରତିପତ୍ତି ଥିଲେ ହେଁ କୌଣସି ଦୁଃଖରୁ ମୁକ୍ତି ପାଇପାରିବେ ନାହିଁ । ଦୁଃଖରୁ ମୁକ୍ତି ପାଇବା ପାଇଁ ହେଲେ ଆଧ୍ୟାତ୍ମିକ ଜ୍ଞାନର ସାହାରା ନେବାକୁ ହେବ । ସେ ଏହି ପୁସ୍ତକ ପାଇଁ ବହୁ ଗବେଷଣା ଓ ପରିଶ୍ରମ କରିଛନ୍ତି । ବୈଜ୍ଞାନିକ ଏବଂ ନିଶ୍ଚିତ ଉପାୟରେ କିପରି ଦୁଃଖରୁ ମୁକ୍ତି ମିଳିବ, ସେ ସମ୍ପର୍କରେ ଏହି ପୁସ୍ତକରେ ଉପଲବ୍ଧ ଅଛି । କୌଣସି ଭଣ୍ଡ ବା ଠକବାବାଙ୍କ ପାଖକୁ ନଯାଇ ବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ନହୋଇ କିପରି ସମସ୍ୟାରୁ ସମାଧାନ ପାଇବେ ତାହା ସହଜ ସରଳ ଭାଷାରେ ଲିପିବଦ୍ଧ ହୋଇଛି । ଓଡ଼ିଆ ପୁସ୍ତକ ‘ଦୁଃଖରୁ ମୁକ୍ତି’ ଓ ଇଂରାଜୀ ଅନୁବାଦ ‘Stress free sorrow free and peaceful life’ ପୁସ୍ତକ ଇଂ ସାହୁ ରଚନା କରିଥିବା ବେଳେ ଏହା ସଂପ୍ରତି ଆମାଜନରେ ଉପଲବ୍ଧ ଅଛି । ଆବଶ୍ୟକ ହେଲେ ୯୪୩୮୧୭୭୫୨୬ ନମ୍ବରରେ ଯୋଗାଯୋଗ କରି କିଣି ପାରିବେ । ପୁସ୍ତକ ସମ୍ପର୍କରେ ଅତିଥିମାନେ ଏହାକୁ ଏକ ଉପାଦେୟ ପୁସ୍ତକ ରୂପେ ବର୍ଣ୍ଣନା କରିବା ସହ ଏହା ଜନସାଧାରଣଙ୍କ ଦ୍ୱାରା ଆଦୃତ ହୋଇପାରିବ ବୋଲି ଆଶା ପୋଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସରୋଜ କୁମାର ଦାଶ, ପୀତବାସ ରାଉତ ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ଡ. ସାବତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.