centurian jitm

ଛତ୍ରପୁରରେ ଅନୁଷ୍ଠିତ ସାରସ୍ୱତ ସାମାରୋହରେ ତ୍ରିନାଥ ନାୟକଙ୍କ ଜୀବନୀ ଗ୍ରନ୍ଥ ଲୋକାର୍ପିତ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ, ବ୍ରହ୍ମପୁର ଆନୁକୂଲ୍ୟରେ ଏବଂ ଓଡ଼ିଆ ସାହିତ୍ୟ ସଂସ୍କୃତି ବିକାଶ ପ୍ରତିଷ୍ଠାନ ଓ ଛତ୍ରପୁର ସାହିତ୍ୟ ସଂସଦର ମିଳିତ ସହଯୋଗରେରେ ଛତ୍ରପୁର ପବ୍ଲିକ ସ୍କୁଲ ସମ୍ମିଳନୀ ଗୃହରେ ଶନିବାର ଆୟୋଜିତ ଭବ୍ୟ-ସାରସ୍ୱତ ସାମାରୋହରେ ତ୍ରିନାଥ ନାୟକଙ୍କ ଜୀବନୀ ଗ୍ରନ୍ଥ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପ୍ରାଣୀ ବିଜ୍ଞାନ ତଥା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ଭାବନା, କଳ୍ପନା ଓ ସାଧନା ବଳରେ ସାହିତ୍ୟ ଚର୍ଚ୍ଚା ହୋଇଥାଏ ଏବଂ ଆରାଧନା, ଉପାସନା, କାମନା ମାଧ୍ୟମରେ ସାହିତ୍ୟ ଦିଗରେ ଅଗ୍ରସର ହେବା ଆବଶ୍ୟକ ବୋଲି କୁଳପତି ପ୍ରଫେସର ମହାନ୍ତି ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ.ହରି କୃଷ୍ଣ ନାୟକ ଯୋଗଦେଇ ଯେଉଁ ଘଡ଼ିସନ୍ଧି ମୂହର୍ତ୍ତରେ ହେଲେ ମଧ୍ୟ ଆମେ ଆମର ଭାଷାକୁ ବଞ୍ଚାଇ ରଖିବାକୁ ହେବ । ଆମେ ଆମର ଭାଷାକୁ ବଞ୍ଚାଇ ରଖିବା ସହ ଆମ ଭାଷାକୁ ରୁଦ୍ଧିମନ୍ତ କରିବାକୁ ପ୍ରଶାସନ ସ୍ତରରେ ଏବଂ ଆମ ତରଫରୁ ବିହିତ ପଦକ୍ଷେପ ଜାରି ରଖିବାକୁ ହେବ, ତେବେ ଯାଇ ଆମ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇବାର ମୂଲ୍ୟବୋଧ ରହିବ ବୋଲି ମତବ୍ୟକ୍ତ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ନିଜ ଛାତ୍ର ଜୀବନର କବିତାକୁ ଆବୃତ୍ତି କରିବା ସାଂଗକୁ ସାହିତ୍ୟ ଚର୍ଚ୍ଚା ଆଡ଼କୁ ଦିଗଦର୍ଶନ ଦେଇ ଗୋପୀନାଥ ମହାନ୍ତି, ମାଟିର ମଣିଷ ଏବଂ ସଚ୍ଚିରାଉତରାୟଙ୍କ ସାହିତ୍ୟକୃତି ଉପରେ ବିଧାୟକ ଶ୍ରୀ ବେହେରା ଆଲୋକପାତ କରିଥିଲେ । ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଏନ୍.ନାରାୟଣ ରେଡ୍ଡୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ଛତ୍ରପୁର ସାହିତ୍ୟ ସଂସଦର ସଭାପତି ବ୍ରଜମୋହନ ଆଚାର୍ଯ୍ୟ ପ୍ରମୁଖ ଅଭିଭାଷଣ ଦେଇଥିଲେ । ଶେଷରେ ଛତ୍ରପୁର ସାହିତ୍ୟ ସଂସଦର ସମ୍ପାଦକ ଦିଲୀପ କୁମାର ପଲେଇ ଧନ୍ୟବାଦ ଜଣାଇଥିଲେ । ସମାଜସେବୀ ପ୍ରଫୁଲ ପଟ୍ଟନାୟକ ସହଯୋଗ କରିଥିବା ହେତୁ ତାଙ୍କୁ ସାଧୁବାଦ ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ମଞ୍ଚ ଉପରେ ଅତିଥି ଓ ସାହିତ୍ୟ ସାଧକଙ୍କୁ ଉପଢୌକନ ଦେଇ ସମସ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । “ଉତ୍କଳ” ପତ୍ରିକାର ସହ-ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି ସହଯୋଗ ଓ ପରିଚାଳନା କରିଥିଲେ ।

Leave A Reply

Your email address will not be published.