jayashree

ପ୍ରଫେସର ରବିଶଙ୍କର ପାଣ୍ଡିଆଙ୍କ ଶ୍ରାଦ୍ଧ ଉତ୍ସବ : ଲୋକାର୍ପିତ ହେଲା ସ୍ମରଣିକା ‘ସ୍ମୃତିରେ ରବି-ରତ୍ନ’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମୀନାଟେଣ୍ଟ ପ୍ରାଙ୍ଗଣରେ ଶିକ୍ଷାବିତ୍‌ ତଥା ଗାନ୍ଧୀବାଦୀ ପ୍ରଫେସର ରବିଶଙ୍କର ପାଣ୍ଡିଆଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ମରଣିକା ‘ସ୍ମୃତିରେ ରବି-ରତ୍ନ’ ଲୋକାର୍ପିତ ହୋଇଥିଲା । ପ୍ରଫେସର ମଧୁସୂଦନ ପତି ସ୍ମରଣିକାକୁ ଅର୍ପଣ କରିଥିଲେ । ସଭାରେ ଶିକ୍ଷାବିତ୍‌ ପ୍ରାଣବନ୍ଧୁ ନାୟକ, ପ୍ରଫେସର ଡ. ସୁଜିତ କୁମାର ପୃଷେଠ୍‌, ଅଧ୍ୟାପକ କିଶୋର କୁମାର ମେହେର, ସୁଶୀଳ କୁମାର ପାଣ୍ଡିଆ, ବିପ୍ଳବ କେଶରୀ ପାଣ୍ଡିଆ, ପ୍ରଭାତ ରଞ୍ଜନ ପାଣ୍ଡିଆ ଓ ମୋହନ ରଞ୍ଜନ ପାଣ୍ଡିଆ ଉପସ୍ଥିତ ଥିଲେ । ପ୍ରଫେସର ଶ୍ରୀ ପତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ପ୍ରଫେସର ପାଣ୍ଡିଆଙ୍କ ବିୟୋଗରେ ବଲାଙ୍ଗିର ଆଜି ତାର ଜଣେ ବିଶିଷ୍ଟ ସନ୍ତାନକୁ ହରାଇ ଦେଇଛି । ପ୍ରଫେସର ପାଣ୍ଡିଆ ଅନେକ ଦିଗରୁ ସମାଜକୁ ପରିଶୁଦ୍ଧ କରିବାକୁ ଚେଷ୍ଟା କରିଛନ୍ତି । ଏଠାକାର ସାମାଜିକ ଓ ସାଂସ୍କୃତିକ ଜୀବନକୁ ଉଚ୍ଚତର କରିବାକୁ କାର୍ଯ୍ୟ କରିଛନ୍ତି । ଏହି ସଭାରେ ପୂର୍ବତନ ବିଧାୟକ ରାଧାକାନ୍ତ ପଣ୍ଡା, ହରିବନ୍ଧୁ ପାଣିଗ୍ରାହୀ, ଶିକ୍ଷାବିତ୍‌ ପ୍ରାଣବନ୍ଧୁ ନାୟକ, ପ୍ରଫେସର ସୁଜିତ କୁମାର ପୃଷେଠ୍‌, ଅଧ୍ୟାପକ କିଶୋର ମେହେର, ସୁବାସ ଚନ୍ଦ୍ର ପଣ୍ଡା, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଭବାନୀ ଶଙ୍କର ଶତପଥି, ଡା. ରବି ନାରାୟଣ ତ୍ରିପାଠୀ, ଆହ୍ଳାଦ ପୂଜାରୀ, ବାଳକୃଷ୍ଣ ମିଶ୍ର, ପ୍ରଶାନ୍ତ ଯୋଷୀ, କୃପାସିନ୍ଧୁ ପୂଜାରୀ ଓ ଅନ୍ୟମାନେ ବକ୍ତବ୍ୟ ରଖି ସ୍ୱର୍ଗତ ପାଣ୍ଡିଆଙ୍କ ଆଦର୍ଶ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜେନ୍ଦ୍ର କଲେଜର ଜମି ସମସ୍ୟା ଓ ଶିକ୍ଷା ପରିବେଶ ସୃଷ୍ଟିରେ ସ୍ୱର୍ଗତ ପାଣ୍ଡିଆଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସଭା ପ୍ରାରମ୍ଭରେ ସ୍ୱର୍ଗତ ପାଣ୍ଡିଆଙ୍କ ଏକ ଭିଡିଓ କ୍ଳିପ୍‌ ପ୍ରଦର୍ଶିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡା. କୃଷ୍ଠପ୍ରସାଦ ବହିଦାର, ଡା. ବୀରେନ୍‌ କୁମାର ପଣ୍ଡା, ପଠାନ କୁମାର ପଣ୍ଡା, ଶିଶୁ ସାହିତ୍ୟିକ ରମେଶ ପତ୍ରୀ, ମୁରଲୀଧର ସା, ହୃଷୀକେଶ ପୁରୋହିତ, ଶିବଶଙ୍କର ନନ୍ଦ, ଆଶିଷ ମିତ୍ର, ଶ୍ରୀବନ୍ତ ମିଶ୍ର, ଡ. ଅଭିମନ୍ୟୁ ମିଶ୍ର, ଡା. ସୁରେଶ ଚନ୍ଦ୍ର ମହାନ୍ତି, ଜୟଦେବ ପାଣିଗ୍ରାହୀ, ଉଦିତ୍‌ ଚନ୍ଦ୍ର ପଣ୍ଡା, ଚାଇନା ମହାନ୍ତିି, ସନ୍ଦୀପ କୁମାର କୁଅଁର, ଅଖିଳ ଚନ୍ଦ୍ର ହୋତା, ହେମନ୍ତ କୁମାର ପଣ୍ଡା, ପ୍ରମୋଦ ମିଶ୍ର, ହରିନାରୟଣ ପୂଜାରୀ, ଅରୁଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଦୀପ ଗୁରୁ, ବନମାଳୀ ପୋଢ଼, ମୁକେଶ ବହିଦାର, ଚନ୍ଦ୍ରଭାନୁ ମୋଲାଣା, ଶିବପ୍ରସାଦ ରଣା, ବିଭୂକଲ୍ୟାଣ ଗଡତ୍ୟା, ପ୍ରଶାନ୍ତ ମହାକୁର ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.