oom

ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦାତବ୍ୟ ଆମ୍ବୁଲାନ୍ସ ଲୋକାର୍ପିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁପୂର୍ଣ୍ଣିମା ଅବସରରେ ଦାତବ୍ୟ ଆମ୍ବୁଲାନ୍ସ ସେବା ଶୂଭାରମ୍ଭ ହୋଇଯାଇଛି । ମୁମ୍ବାଇ-ମଲାଡ ସ୍ଥିତ ଶ୍ରୀ ଟିଲାହର ଗାଦି ଆଚାର୍ଯ୍ୟ ମଙ୍ଗଳ ପଠାଧୀସ୍ୱର ଶ୍ରୀ ଶ୍ରୀ ୧୦୮ ମାଧବାଚାର୍ଯ୍ୟ ଜୀ ମହାରାଜଙ୍କ ଦ୍ୱାରା ଏହି ଆମ୍ବୁଲାନ୍ସୁକୁ ମାଗଣା ରେଗୀ ସେବା ଉଦ୍ଦ୍ୟଶରେ ପ୍ରଦାନ କରଯାଇଛି । ଏହି ଲୋକାର୍ପିତ ଉତ୍ସବରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ତଥା ରୋଗୀ କଲ୍ୟାଣ ସମିତିର ଉପାଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, କଣାସ ମଠ ମହନ୍ତ ପୂର୍ଣ୍ଣ ଚନ୍ଦ୍ର ଦାସ ମହାରାଜ, ଡାକ୍ତର ଜନ୍ମେଜୟ ମିଶ୍ର, ଡାକ୍ତର ସୋନୀ ସାମନ୍ତରାୟ, ଡାକ୍ତର ଜେ ପି ସାମନ୍ତରାୟ, ମହାରାଜ ମହେଶ୍ୱର ହାଇ ସ୍କଲରର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଦାସ, ଡେଲାଙ୍ଗ ହାଟ ବଜାରର ପ୍ରାକ୍ତନ ସଭାପତି ଆର୍ତ୍ତତ୍ରାଣ ସାହୁ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବଳରାମ ପଟ୍ଟନାୟକ, ଡେଲାଙ୍ଗ ହାଟ ବଜାର ସଭାପତି ମନୋରଂଜନ ବାରିକ, ମେଡିକାଲ ଷ୍ଟାଫ ପ୍ରମୁଖ ଉପସ୍ଥିତ ରହିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମହାରାଜଙ୍କ ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଅଂଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.