ହିନ୍ଦୀ ଦିବସ ଉପଲକ୍ଷେ ପୁସ୍ତକ ଲୋକାର୍ପଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦୀ ଦିବସ ପାଳନ ଅବସରରେ ସୁନିତା ଅଗ୍ରୱାଲଙ୍କ ରଚିତ ପୁସ୍ତକ ‘ମେରି ନଜରିଆ ସେ’ ଲୋକାର୍ପିତ ହୋଇଯାଇଛି । ହୋଟେଲ ମେଫେୟାର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନର ମୁଖ୍ୟ ଡ଼ଃ ଜଗନ୍ନାଥ ମିଶ୍ରଙ୍କ ଆବାହକତ୍ୱ ଓ ସୁଶ୍ରୀ ଅନୁଶ୍ରୀ ଅଗ୍ରୱାଲ, ରାଜଶ୍ରୀ ଅଗ୍ରୱାଲଙ୍କ ସଂଯୋଜନାରେ ଡ଼ଃ ନିବେଦିତା ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପୁସ୍ତକକୁ ଲୋକାର୍ପିତ କରିବା ସହ ତାଙ୍କ ବକ୍ତବ୍ୟରେ ଭାରତ ବିଭିନ୍ନତା ମଧ୍ୟରେ ଏକତା ଥିବା ଦେଶ, ହିନ୍ଦୀକୁ ସମସ୍ତେ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କାରଣ ବିଶ୍ୱରେ ଚତୁର୍ଥ ସ୍ଥାନରେ ଥିବା ହିନ୍ଦୀ ଦିଲ୍ଲୀର ଭାଷା ନକରି ଦିଲ୍‌ର ଭାଷା କରିବା ପାଇଁ ଆହ୍ୱାନ ଦେଇଥିଲେ । ଆବାହକ ଡ଼ଃ ମିଶ୍ର ଅସ୍ମିତାର ଭାଷା ହିନ୍ଦୀ ଓ ଏହା ଦିଲ୍‌ର ଧଡକନ ବୋଲି କହିଥିଲେ । ସମ୍ମାନିତ ଅତିଥି ସୁନିଲ କାୟଲ ହିନ୍ଦୀ ଦିବସରେ ଏହି ପୁସ୍ତକ ଉନ୍ମୋଚନ ଏକ ସୌଭାଗ୍ୟର କଥା ବୋଲି କହିବା ସହ ହିନ୍ଦୀ ଆମକୁ ଏକାଠି କରିପାରେ ବୋଲି ମତ ରଖିଥିଲେ । ଅନ୍ୟତମ ଅତିଥି ଭାବେ ଆର୍‌ଏସ୍‌ପିର ସିଜି ଏମ୍‌ ଟିଜି କାନେକର, ଲଳିତ କାୟଲ ପୁସ୍ତକ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସୁନିତାଙ୍କ ଗୁରୁ ଅରବିନ୍ଦ ପାଣ୍ଡେ ଓ ନାଟ୍ୟକାର ପ୍ରଫୁଲ୍ଲ ଚନ୍ଦ୍ର ସେଠୀଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଶରତଚନ୍ଦ୍ର ପଣ୍ଡା ସରସ୍ଵତୀ ବନ୍ଦନା ଓ ସ୍ୱାଗତ ସଂଗୀତ ଗାନ କରିଥିଲାବେଳେ ଶେଷରେ ଉପାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମୋନାଲିସା ଗୌଡ, ରାଜକୁମାର ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.