oom

ଜନ୍ମଦିନରେ ଦୁଇଟି ପୁସ୍ତକ ଲୋକାର୍ପଣ କଲେ ବିଧାୟକ ଆଶ୍ରିତ ପଟ୍ଟନାୟକ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ – ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଶୁଭ ଜନ୍ମଦିନ ପାଳନ ପୁରୀ ଜିଲ୍ଲା ମଙ୍ଗଳପୁର ସ୍ଥିତ ହୋଟେଲ ‘ରାଞ୍ଚ’ରେ ମହାସମାରୋହରେ ତା,୨୨/୦୯/୨୦୨୪ରିଖରେ ପାଳିତ ହୋଇଯାଇଛି । ନିଜ ନିର୍ବାଚନ ମଣ୍ଡଳୀ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ବର୍ଷୀୟାନ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ଦୁଇଟି ପୁସ୍ତକ ‘ବିଭିନ୍ନ ରଙ୍ଗର ଧାନ’ ଓ ‘ଅପୂର୍ବ ଆତ୍ମବଳୀ’କୁ ବିଧାୟକ ଆଶ୍ରିତ ପଟ୍ଟନାୟକ ନିଜ ଜନ୍ମଦିନ ଉତ୍ସବ ସ୍ମାରକୀରେ ଲୋକାର୍ପଣ କରିଥିଲେ । ଏହି ଅବସରରେ ବିଧାୟକ ବହି ଦୁଇଟିକୁ ତନ୍ନତନ୍ନ କରି ଦେଖି ବହୁତ ଖୁସିବ୍ୟକ୍ତ କରି ଏହି ଦୁଇଟି ପୁସ୍ତକକୁ ପଛରେ ଘରେ ପଢ଼ିବି ବୋଲି ଅଭିହିତ କରିଥିଲେ । ଏହି ଅବସରରେ ୫୦ ଖଣ୍ଡ ପୁସ୍ତକ ରଚନା କରିଥିବା ଶ୍ରୀଯୁକ୍ତ ପାଢ଼ୀ ମହୋଦୟଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଡ. ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ, ଓମ୍‌ ପ୍ରକାଶ ମିଶ୍ର, ମୁନିନ୍ଦା ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ହରିଚନ୍ଦନ, ଗୁଆଳିପଡା ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ଅଶୋକ ବିଶ୍ୱାଳ, ପଂଚାୟତ ସମିତି ପ୍ରତିନିଧି, ସ୍ୱରାଜ୍ୟ ପ୍ରଧାନ, ଆଇନଜୀବୀ ହୃଷୀକେଶ ପାଢ଼ୀ ପ୍ରମୁଖ ଗାରିମାମୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.