centurian jitm

ମୁରିବାହାଲ ବ୍ଲକସ୍ତରୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭାରମ୍ଭର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

nschool

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭାରମ୍ଭର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ୍‌ ଖାଁ ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି, ଡ. ଅମଜାଦ ଖାଁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ମହାଯଜ୍ଞରେ ପୂର୍ଣ୍ଣାହୁତି ପର୍ବର ପୁରୀ ଶ୍ରୀମନ୍ଦିରରୁ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ଲଖନା ସମିତି ସଭ୍ୟ ଭୀମସେନ ବାଗ, ବିଟାବନ୍ଧ ସମିତି ସଭ୍ୟା ଜ୍ୟୋସ୍ନା ରଣା, ସମସ୍ତ ଆଇସିଡିଏସ୍‌ ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ଏମ୍‌ବିକେ, ସିଆର୍‌ପିଙ୍କ ସହ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୈଳାସ ଦଣ୍ଡସେନା ଓ ସାଥୀ, ଶଙ୍କର ତାଣ୍ଡି ଓ ସାଥୀଙ୍କ ଦ୍ଵାରା ସମ୍ପ୍ରଦା ତଥା ଯମୁନାର ମାର୍କଣ୍ଡ ମହାକୁର, ଚୈତନ୍ୟ ଶିକା ଓ ସାଥୀ ଏବଂ ମୁରିବାହାଲର ସୁରେନ୍ଦ୍ର ପଶାୟତ ଓ ସାଥୀମାନଙ୍କ ଦ୍ଵାରା ସଙ୍କୀର୍ତ୍ତନ୍ୟ ପରିବେଷଣ ହୋଇଥିଲା । ଓଏଲ୍‌ଏମ୍‌ବିପିଏମ୍ ଡ. ଗୋପାଳକୃଷ୍ଣ ଦୀପ କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଦେଇଥିଲେ । ସେହିପରି ବ୍ଲକର ସମସ୍ତ ୨୨ଟି ପଞ୍ଚାୟତ ମୁଖ୍ୟାଳୟ ଗୁଡିକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭାରମ୍ଭର ଲୋକାର୍ପଣ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂପୃକ୍ତ ପଞ୍ଚାୟତଗୁଡ଼ିକର ସରପଞ୍ଚ, ପିଇଓ, ୱାର୍ଡ ସଭ୍ୟସଭ୍ୟା, ଜିଆର୍‌ଏସ୍‌, ଜିଓ ଟେଗ୍‌, ଗାଁସାଥୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.