oom

ଦିବ୍ୟ ଅମୃତଧାରା ପୁସ୍ତକର ଲୋକାର୍ପଣ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶିବାନନ୍ଦ ଆଶ୍ରମଠାରେ ଗୁରୁଚରଣାଶ୍ରିତ ବର୍ଷିୟାନ ପ୍ରାଣବନ୍ଧୁ ନାୟକଙ୍କ ଗୁରୁଦେବ ସ୍ୱାମୀ ଶିବାନନ୍ଦ, ସ୍ୱାମୀ ଚିଦାନନ୍ଦ ତଥା ଦିବ୍ୟ ଜୀବନ ସଂଘ, ଋଷିକେଶ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରି ପାଇଥିବା ଦିବ୍ୟ ଆଶୀର୍ବାଦ ସମୂହକୁ ନେଇ ସଙ୍କୁଳିତ ଦିବ୍ୟ ଅମୃତଧାରା ପୁସ୍ତକଟି ଲୋକାର୍ପିତ ହୋଇଯାଇଛି । ଅତିବଡି ସମ୍ମାନ ପ୍ରାପ୍ତ ସୁଲେଖକ ପ୍ରଫେସର ମଧୁସୂଦନ ପତି, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବର୍ଷିୟାନ ଲେଖିକା ଶ୍ରୀମତୀ ରାସେଶ୍ୱରୀ ମିଶ୍ର ତଥା ଦିବ୍ୟ ଜୀବନ ସଂଘ, ବଲାଙ୍ଗିର ଶାଖାର ସଭାପତି ରବିଚନ୍ଦ୍ର ଉଦ୍‌ଗାତା ଓ ସମ୍ପାଦକ ରଘୁନାଥ ବାବୁ ଏବଂ ରଞ୍ଜନ ଷ୍ଟଡି, ବେଲପଡା ତଥା ବହିର ସଂକଳକ ଡ. ଗୋବର୍ଦ୍ଧନ ନାୟକ ଓ ପତ୍ନୀ ଶ୍ରୀମତୀ ଗୀତାଞ୍ଜଳି ନାୟକ ଏବଂ ଶ୍ରଦ୍ଧାଳୁ ଦିବ୍ୟ ଜୀବନ ପ୍ରେମୀଙ୍କ ଉପସ୍ଥିତିରେ ଏହି ପୁସ୍ତକର ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସଦସଙ୍ଗରେ ବଲାଙ୍ଗିରର ଅନେକ ଲେଖକ, ବୁଦ୍ଧିଜୀବୀ ଯୋଗଦାନ କରି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.