ଅରୁନ୍ଧତୀ ଫାଉଣ୍ଡେସନ୍‌ ତରଫରୁ ଲୋକନାଥ ମନ୍ଦିର ପରିସରରେ ଯଜ୍ଞ ମଣ୍ଡପର ପ୍ରତିଷ୍ଠା ଉତ୍ସବ ଓ ଶୁଭ ଲୋକାର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : କାର୍ତ୍ତିକ ଶୁକ୍ଳପକ୍ଷ ତୃତୀୟା ନାଗ ଚତୁର୍ଥୀ ଅବସରରେ ଅରୁନ୍ଧତୀ ଫାଉଣ୍ଡେସନ ତରଫରୁ ଗତକାଲି ବଲାଙ୍ଗିର ସ୍ଥିତ ଲୋକନାଥ ମନ୍ଦିର ପରିସରରେ ଭକ୍ତବନ୍ଧୁଙ୍କ ନିମନ୍ତେ ନୂତନ ଯଜ୍ଞ ମଣ୍ଡପର ପ୍ରତିଷ୍ଠା ଉତ୍ସବ ଓ ଶୁଭ ଲୋକାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯଜ୍ଞ ମଣ୍ଡପକୁ ଲୋକାର୍ପଣ କରିଥିଲେ । ଅରୁନ୍ଧତୀ ପରିବାରର ପ୍ରତିଷ୍ଠାତା ଗୌରାଙ୍ଗ ମେହେର, ସହଧର୍ମିଣୀ ଶ୍ରୀମତୀ ଲକ୍ଷ୍ମୀ ମେହେର, ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ସହଧର୍ମିଣୀ ଶ୍ରୀମତୀ ସସ୍ମିତା ମେହେର ଓ ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ସହଧର୍ମିଣୀ ଶ୍ରୀମତୀ ଅରୁନ୍ଧତୀ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ । ଲୋକନାଥ ମନ୍ଦିର ପରିସରରେ ଦୀର୍ଘଦିନ ଧରି ଯଜ୍ଞ ମଣ୍ଡପ ଭକ୍ତବୃନ୍ଦଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା । ସେହି ଦୃଷ୍ଟିରୁ ଅରୁନ୍ଧତୀ ଫାଉଣ୍ଡେସନ୍‌ ତରଫରୁ ଏକ ପ୍ରମୁଖ ପଦକ୍ଷେପ ନେଇ ଏକ ଯଜ୍ଞ ମଣ୍ଡପର ପ୍ରତିଷ୍ଠା କରାଯାଇଛି । ପ୍ରକାଶ ଥାଉକି, ସେବା ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲା ହରିଶଙ୍କର ସ୍ଥିତ ବେଦର୍ହ ଗ୍ରାମରେ ଅରୁନ୍ଧତୀ ଫାଉଣ୍ଡେସନର ୫୦୦୦ ବର୍ଗଫୁଟ୍‌ ବିଶିଷ୍ଟ ଏକ କଲ୍ୟାଣ ମଣ୍ଡପର ଲୋକାର୍ପିତ କରାଯାଇଛି ।

Leave A Reply

Your email address will not be published.