oom

ମୁନୁସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନବୀକରଣର ଲୋକାର୍ପଣ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନୁସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନବୀକରଣ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ଏକ ସ୍ୱତନ୍ତ୍ର ମଞ୍ଜୁର ହୋଇଥିବା ୯୦ ଲକ୍ଷ ୧୫ ହଜାର ୩ ଶହ ୩୧ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ସ୍ୱତନ୍ତ୍ର କୋଠାକୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଏକ ଭବ୍ୟ ସାମାରୋହରେ ଲୋକାର୍ପଣ ହୋଇଯାଇଛି । ମୁଖ୍ୟ ଅତିଥି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ କରକମଳରେ ଏହା ଶୁଭ ଉଦ୍‌ଘାଟନ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସ୍ଥାନୀୟ ସରପଞ୍ଚ ନିରଞ୍ଜନ ସ୍ୱାଇଁ, ସମିତି ସଭ୍ୟ ଶମ୍ବୁନାଥ ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟା ଛବିତା ବେହେରା, ପ୍ରାକ୍ତନ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ତଥା ୨୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଏମ୍.ଧନଞ୍ଜୟ ରେଡ୍ଡୀ, ୧୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ନାହାକ, ଛତ୍ରପୁର ପୌର ଉପାଧ୍ୟକ୍ଷ ଜି.ପାପାରାଓ, ବିଜେଡି ଯୁବନେତା ବି.ରାଜିବାବୁ ପ୍ରମୁଖ ବହୁ ନେତ୍ତୃବର୍ଗ, ଆଞ୍ଚଳିକ କର୍ମକର୍ତ୍ତା, ଡାକ୍ତରୀ ସେବାଧାରୀ, ଯନ୍ତ୍ରୀ, ଗ୍ରାମର ବୃଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମ ବେଶ ମନୋରମ ଓ ମନୋଜ୍ଞ ପରିବେଶ ମଧ୍ୟରେ ଉକ୍ତ ହସ୍ପିଟାଲର ସମସ୍ତ ବିଭାଗର ଲୋକାର୍ପଣ କରାଯାଇଥିଲା ।

jittmm
Leave A Reply

Your email address will not be published.