ଲୋକକଳା ଉତ୍ସବ ଆୟୋଜିତ କରିବ ଦୁଲଦୁଲି କଳା ପରିଷଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ସେପ୍ଟେମ୍ବର ୨୨,୨୩ ଓ ୨୪ ତିନି ଦିନ ଧରି ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଦୁଲଦୁଲି କଳା ପରିଷଦ ତରଫରୁ କୋଶଳ କଳାମଣ୍ଡଳ ପଡିଆରେ ଲୋକକଳା ଉତ୍ସବ ଆୟୋଜନ କରିବା ନେଇ ପରିଷଦର ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ଓ ସଂପାଦକ ବାସୁଦେବ ସା ଏକ ପ୍ରେସ ବିବୃତ୍ତିରେ ପ୍ରକଶ କରିଛନ୍ତି । ଅଷ୍ଟମ ବର୍ଷରେ ପଦର୍ପଣ କରିଥିବା ଲୋକକଳା ଉତ୍ସବ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ରାଜ୍ୟ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ଆଦିବାସୀ ନୃତ୍ୟ ଦଳ ସହ ରାଜ୍ୟ ବାହାରର ବିଭିନ୍ନ ରାଜ୍ୟରୁ ୧୨ଗୋଟି ଲୋକନୃତ୍ୟ ଦଳ ସେମାନଙ୍କ କଳା ପ୍ରଦର୍ଶନ କରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.