ପଶ୍ଚିମ ଓଡ଼ିଶା ଲୋକକଳା ପରିଷଦ ତରଫରୁ ଲୋକକଳା ପ୍ରତିଯୋଗିତାର ଆୟୋଜନ

ତୁରେକେଲା, (କୈଲାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କନ୍ଦେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିକରାପଡ଼ା ଗାଁରେ ପଶ୍ଚିମ ଓଡ଼ିଶା ଲୋକକଳା ପୁନଃ ଉଦ୍ଧାର ପରିଷଦ ଦ୍ଵାରା ଆୟୋଜିତ ଲୋକକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପଶ୍ଚିମ ଓଡ଼ିଶାରେ ପୁରାତନ ଐତିହ୍ୟ ଏବଂ କଳା ଧୀରେ ଧୀରେ ଲୋପ ପାଉଛି ଏହି ପ୍ରାଚୀନ କଳା ସବୁକୁ ବଞ୍ଚାଇ ରଖିବା ପାଇଁ ଏହି ପରିଷଦ ସଦାସର୍ବଦା ଏଭଳି ଅନେକ କାର୍ଯ୍ୟକ୍ରମ ତୁଲାଇ ଅଛି । ଏହି କାର୍ଯ୍ୟକ୍ରମରେ ବଡବାଙ୍କି ପଂଚାୟତର ଦୁଇ ସାମ୍ବାଦିକ ମିନିକେତନ ନିଆଳ, ରାକେଶ ସରାଫ ଏବଂ ଅଞ୍ଚଳର ସୁପରିଚିତ ସମାଜସେବୀ ତଥା କଳାକାର ତୁଳସୀରାମ ଜଗତଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆକାଶବାଣୀ ଦୂରଦର୍ଶନ ହରିଶ୍ଚନ୍ଦ୍ର ବାରିକ, ସମ୍ମାନିତ ଅତିଥି ଭାବେ କନ୍ଦେଇ ସରପଞ୍ଚ ଦେବରାଜ ପୁଟେଲ, ବ୍ଲକ କଳା ସଂସ୍କୃତି ସଂଘ ଜଗତ ରାମ ନାଗ, ଗ୍ରାମ୍ୟ କଳା ସଂସ୍କୃତି ସଭାପତି ପୁରନ୍ଦର ପଟେଲ, ପଞ୍ଚିମ ଓଡ଼ିଶା ଲୋକକଳା ପୁନଃ ଉଦ୍ଧାର ପରିଷଦ ସଭାପତି ଅମିଲ ପୁଟେଲ, ନରୋତ୍ତମ ପୁଟେଲ ସଙ୍କୀର୍ତ୍ତନ ବରିହା ଓ ଅମର ବିଳାସ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.