oom

ବଲାଙ୍ଗିର ଲୋକ ଉତ୍ସବ-୨୦୨୩ର ଚତୁର୍ଥ ସଂଧ୍ୟା

jsmm
  • କୋଶଳ କଳାମଣ୍ଡଳର ଲୋକ ଉତ୍ସବ ମଞ୍ଚରୁ ରାଜନୀତି କରାନଯାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମଧ୍ୟଭାଗରେ ଥିବା ଐତିହାସିକ କୋଶଳ କଳାମଣ୍ଡଳ ପଡିଆର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ଲୋକ ଉତ୍ସବର ମଞ୍ଚରେ ସମସ୍ତେ ବିକାଶ ପାଇଁ ଏକ ହୁଅନ୍ତୁ କିନ୍ତୁ ମଞ୍ଚରୁ ରାଜନୀତି କରାନଯାଉ ବୋଲି ବଲାଙ୍ଗିର ଲୋକ ଉତ୍ସବ-୨୦୨୩ର ୪ର୍ଥ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମତ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଜିଲ୍ଲାପାଳ ଲୋକ ମହୋତ୍ସବକୁ ସଫଳତାର ସହିତ କରିଛନ୍ତି । ରାଜ୍ୟ ସରକାର ଜିଲ୍ଲାକୁ ଅନେକ ଅନୁଦାନ ଦେଇଛନ୍ତି କିନ୍ତୁ ତାହା ଖର୍ଚ୍ଚ ନହୋଇ ପଡିରହିଛି । ଜିଲ୍ଲାର ବିକାଶ ପ୍ରକଳ୍ପକୁ ଅଟକାନଯାଉ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଜିଲ୍ଲା ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂଙ୍କ ସଭାପତିତ୍ୱ ଓ ଅଭ୍ୟର୍ଥନା କମିଟିର ସହଅଧ୍ୟକ୍ଷ ଚିତ୍ତରଂଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ୧୮୯ ସିଆର୍‌ପିଏଫ୍‌ ବାଟାଲିଅନର କମାଣ୍ଡାଣ୍ଟ ପୱନ ତିୱାରୀ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ର, ଅତିଥି କଳାକାର ଭାବରେ ଲୋକଗୀତିକାର ଭିକାରୀଚରଣ ମିଶ୍ର ଯୋଗ ଦେଇଥିଲେ । ନାଟ୍ୟକାର ବ୍ରଜମୋହନ କୋଶଳ କଳାମଣ୍ଡଳ ପଡିଆର ଆଇନଗତ ଲଢେଇରେ ସ୍ୱର୍ଗତ ଶରତଚନ୍ଦ୍ର ପାଣିଗ୍ରାହୀ ନେଇଥିବା ଭୂମିକାକୁ ସ୍ମରଣ କରାଇଥିଲେ । ସେହିପରି ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଶ୍ରୀ ତିୱାରୀ ତାଙ୍କ ବକ୍ତବ୍ୟରେ ବଲାଙ୍ଗିରର କଳା ସଂସ୍କୃତିକୁ ମହାନ ବୋଲି କହିଥିଲେ । ଲୋକ ସଂସ୍କୃତିର ସୁରକ୍ଷା ଆମର ପ୍ରାଥମିକତା ରହିଛି ବୋଲି ଅଧ୍ୟକ୍ଷତା କରୁଥିବା ଜିଲ୍ଲା ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂ କହିଥିଲେ । ଏହି ଅବସରରେ ବିଶିଷ୍ଟ ବଂଶୀବାଦକ ରଞ୍ଜନ ପଟ୍ଟନାୟକଙ୍କୁ ଲୋକ ଉତ୍ସବ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ହକି ବିଶ୍ୱକପ ପାଇଁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଲୋକ ମହୋତ୍ସବ କମିଟିର ସଂଗୀତା ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପୂର୍ବରୁ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ କରାଯାଇଥିଲା । ରାତି ୮ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନେ ଯୋଗ ଦେଇଥିଲେ । ଏଥିରେ ବଲାଙ୍ଗିରର ନଟରାଜ କଳାପରିଷଦ, ଦୁଲଦୁଲି କଳାପରିଷଦ, ଜୟ ଦୁର୍ଗା କଳାପରିଷଦ, କଳାଧାମ, ରାଜସ୍ଥାନର ଫଗ ନୃତ୍ୟ, ଆସାମର ତିଆ, ପଞ୍ଜାବର ଭାଙ୍ଗଡା, ପାଟଣାଗଡର ସାତକୁଆଁରି, ତୁଷୁରାର କୃଷ୍ଣପ୍ରୀୟା କଳାପରିଷଦ, ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁରର କଳାକାର ଯୋଗଦେଇ ତାଙ୍କର କଳା ପ୍ରଦର୍ଶନ କରିଥିଲେ ।

jittmm
Leave A Reply

Your email address will not be published.