ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ଡିସେମ୍ବର ୦୯ତାରିଖ ଶନିବାର ଦିନ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ବଲାଙ୍ଗିର, ଟିଟିଲାଗଡ, ପାଟଣାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଳା, ମୁରିବାହଲ ଏବଂ ବଙ୍ଗୋମୁଣ୍ଡା ଅଦାଲତ ପରିସରରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ପ୍ରକାର ବିଚାରାଧିନ ମକୋଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ ବାଉନ୍ସ, ବ୍ୟାଙ୍କଋଣ, ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ, ବୈବାହିକ ଜନିତ ବିବାଦ, ଜମି ଅଧିଗ୍ରହଣ, ଚାକିରି ଓ ଅନ୍ୟାନ୍ୟ ଦେୱାନି ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହାସହ ପ୍ରାକ ମୋକଦ୍ଦମାସ୍ତରୀୟ ମାମଲାର ସମାଧାନ ମଧ୍ୟ ଏହି ଅଦାଲତରେ ହେବ । ଲୋକ ଅଦାଲତରେ ମଧ୍ୟ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡେ ନାହି । ଏହି ଅଦାଲତର ରାୟ ବୈଧ ଏବଂ ଚୁଡାନ୍ତ ଅଟେ । ଦୀର୍ଘଦିନ ଧରି ଚାଲୁଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍କ ଓ ସମୟ ଅପଚୟରୁ ମୁକ୍ତି ପାଇବାକୁ ଏହା ଏକ ସୁଯୋଗ । ଏହି ସଂକ୍ରାନ୍ତରେ ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଏବଂ ତାଲୁକ ଆଇନ ସେବା କମିଟି ଟିଟିଲାଗଡ , ପାଟଣାଗଡ , କଣ୍ଟାବାଞ୍ଜି , ଲୋଇସିଙ୍ଘା, ସଇଁତଳା, ମୁରିବାହଲ ଏବଂ ବଙ୍ଗୋମୁଣ୍ଡା ସହିତ ଯୋଗାଯୋଗ କରିବାକୁ ସୂଚନା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।