oom

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଲଲାଟେନ୍ଦୁ ଜେନା, ଅଧକ୍ଷ-ତଥା-ଜିଲ୍ଲା ନ୍ୟାୟାଧିଶ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର, ବିକ୍ରମ କେଶରୀ ପଟ୍ଟନାୟକ, ଜଜ୍ ଫ୍ୟାମିଲି କୋର୍ଟ, ବଲାଙ୍ଗିର, ହିମାଂଶୁ ଶେଖର ସିଂ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ, ବଲାଙ୍ଗିର, ପ୍ରିୟ ରଂଜନ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ, ବଲାଙ୍ଗିର, ଚରଣଜିତ୍ ଓରାମ୍, ରେଜିଷ୍ଟ୍ରାର, ସିଭିଲ କୋର୍ଟ, ବଲାଙ୍ଗିର ଜ୍ୟୋତିରଂଜନ ଦାଶ ସିଭିଲ୍ ଜଜ୍ (ବରିଷ୍ଠ), ବଲାଙ୍ଗିର, ଜନ୍ମେଜୟ ପଲେଇ, ସିଭିଲ୍ ଜଜ୍ (ବରିଷ୍ଠଏଲ୍‌ଆର୍‌ ଏଣ୍ଡ ଏଲ୍‌ଟିଭି) ବଲାଙ୍ଗିର, ଶ୍ରୀମତୀ ଅଣ୍ଣପୂର୍ଣ୍ଣା ଷଡଙ୍ଗୀ, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ), ବଲାଙ୍ଗିର, ସୁମିତ୍ କୁମାର ପାଣିଗ୍ରାହୀ, ସିଭିଲ୍ ଜଜ୍ (କନିଷ୍ଠ), ବଲାଙ୍ଗିର, ମନୋଜ ମହାନ୍ତି (ଏସ୍‌.ଡ଼ି.ଜେ.ଏମ), ବଲାଙ୍ଗିର, ପ୍ରକାଶ କୁମାର କର, ଜେ.ଏମ୍.ଏଫ୍.ସି ବଲାଙ୍ଗିର, ପବ୍ଲିକ ପ୍ରୋସିକ୍ୟୁଟର (ଜିଲ୍ଲା ଜଜ୍ କୋର୍ଟ), ବଲାଙ୍ଗିର ସୁବାଷ ଚନ୍ଦ୍ର ମହାନ୍ତ ଏବଂ ସମସ୍ତ ଓକିଲ ମାନେ ଉପସ୍ଥିତ ଥିଲେ । ଉକ୍ତ ଲୋକ ଅଦାଲତକୁ ବିନୟ କୁମାର ପାତ୍ର, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ପରିଚାଳନା କରିଥିଲେ । ୦୨ ଟି ମଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ମୋଟ୍ ଟ.୧୪,୬୦,୦୦୦ /- କ୍ଷତିପୁରଣ ଦେବା ପାଇଁ ଆଦେଶ କରାଯାଇଥିଲା । ପାରିବାରିକ ମିଳାମିଶାରେ ୦୪ ଟି ମାମଲା ଫଇସଲା ହୋଇଥିଲା । ୬୨୪୧ ରାଜସ୍ୱ ମାମଲାର ବିଚାର କରାଯାଇଥିଲା । ଅନ୍ୟାନ୍ୟ ୩ଟି ମାମଲାର ସମାଧାନ କରାଯାଇଥିଲା ।

jittmm
Leave A Reply

Your email address will not be published.