ଲୋଇସିଂହା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମାଗଣା ଖାଦ୍ୟ ଯୋଗାଣ

ଲୋଇସିଂହା, (କେପିଏନ୍‌ଏସ୍‌) : ଲକଡାଉନ ସମୟରେ ସମସ୍ତ ଦୋକାନ ବଜାର ହୋଟେଲ ଗୁଡିକୁ ବନ୍ଦ ରହିଛି । ଫଳରେ ଲୋଇସିଂହା ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତି ଓ ତାଙ୍କ ପରିଜନ ଖାଦ୍ୟ ପାଇଁ ଅନେକ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲୋଇସିଂହା ବ୍ଲକ ଛକ ସ୍ଥିତ ମାଁ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ସ୍ଥାନୀୟ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ରୋଗୀ ତଥା ତାଙ୍କ ପରିଜନ ଏବଂ ଦୁର ଦୁରାନ୍ତରୁ ଆସି ଡାକ୍ତରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ପ୍ରତିଦିନ ଦୁଇ ଓଲି ରନ୍ଧା ଖାଦ୍ୟ ବଣ୍ଟନର ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଥି ସହିତ ଲୋଇସିଂହାର ବିଭିନ୍ନ ସ୍ଥାନରେ ରହିଥିବା ଅସହାୟଙ୍କୁ ମଧ୍ୟ ପୂଜା କମିଟି ତରଫରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ସରକାରଙ୍କ ଲକଡାଉନ ଘୋଷଣାର ଶେଷ ଦିନ ପର୍ଯ୍ୟନ୍ତ ଏହି ମାଗଣା ଖାଦ୍ୟ ଯୋଗାଣ ଜାରି ରହିବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ପୂଜା କମିଟି ସଦସ୍ୟମାନେ ବାଇକ ଯୋଗେ ଲୋଇସିଂହାର ବିଭିନ୍ନ ସ୍ଥାନ ବୁଲିବା ସହିତ ମାକ୍ସ ଓ ଗ୍ଳୋବସ ପରିଧାନ କରି, ସାମାଜିକ ଦୂରତ୍ୱ ରକ୍ଷା କରି, ସରକାରଙ୍କ କୋଭିଡ୍ କଟକଣା ନିୟମକୁ ପାଳନ କରି ଖାଦ୍ୟ ବଣ୍ଟନ କରୁଛନ୍ତି ।

jittmm
Leave A Reply

Your email address will not be published.