oom

୧୭ରୁ ୨୦ ପର୍ଯ୍ୟନ୍ତ ୯ମ ଭୀମପାହାଡ ମହୋତ୍ସବର ଲୋଗୋ ଉନ୍ମୋଚିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଧୂମ୍‌ଧାମ୍‌ରେ ଭୀମପାହାଡ ମହୋତ୍ସବ ଅନୁଷ୍ଠିତ ହେବ । ଆସନ୍ତା ମେ’ ୧୭ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଐତିହାସିକ ଭୀମପାହାଡର ପାଦଦେଶରେ ମହୋତ୍ସବ କମିଟି ତରଫରୁ ୯ମ ଭୀମପାହାଡ ମହୋତ୍ସବ ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟବାହାରର କଳାକାରମାନେ ଆସି ତାଙ୍କର କଳାପ୍ରଦର୍ଶନ କରିବେ । ହଜାର ହଜାର ଲୋକଙ୍କ ସମାଗମ ହେବ । ୪ଦିନ ଧରି ଭୀମପାହାଡର ମଞ୍ଚ ଦୁଲୁକିବ । ଆଜି ମହୋତ୍ସବ କମିଟି ତରଫରୁ ବଲାଙ୍ଗିର ସାମ୍ବାଦିକ ଭବନଠାରେ ଆୟୋଜିତ ସାମାଦିକ ସମ୍ବିଳନୀ ତଥା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ଏନେଇ ସୂଚନା ଦିଆଯାଇଛି । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୂର୍ବତନ ସାଂସଦ ତଥା ରାଜ୍ୟ ଗୃହ ଉନ୍ନୟନ ନିଗମର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ମହୋତ୍ସବର ଲୋଗୋକୁ ଉନ୍ମୋଚନ କରିଥିଲେ । ସାମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷା ରୀନା ମେହେର, ମକୁନ୍ଦପୁର ସମିତିସଭ୍ୟ ତଥା ମହୋତ୍ସବର କୋଷାଧ୍ୟକ୍ଷ ଅଭିରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର(କୁନୁ ବହିଦାର) ଭୀମପାହାଡର ଇତିହାସ ବର୍ଣ୍ଣନା କରି ଏହି ପୀଠର ଐତିହାସିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କହିଥିଲେ । ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ କହିଲେ ଯେ, ପର୍ଯ୍ୟଟନ କ୍ଷେତ୍ରଗୁଡିକର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ôଥକ ଅନୁଦାନ ଯୋଗାଇ ଦେଉଛନ୍ତି । ଭୀମପାହାଡ ପାଇଁ ମଧ୍ୟ ଅର୍ଥମଞ୍ଜୁର କରିଛନ୍ତି । କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର ସୂଚନା ଦେଇ କହିଲେ ଯେ, ଭୀମପାହାଡର ଐତିହାସିକ ପୃଷ୍ଠଭୂମୀ ରହିଛି । ଭାରତର ସ୍ୱାଧିନତା ସଂଗ୍ରାମ ଇତିହାସରେ ଏହି ଅଞ୍ଚଳର ଆଠଗାଁ ଜମିଦାର ଧରମସିଂ ମାଝୀ ମାନଧାତା, କନ୍ଧନେତା ରେଣ୍ଡୋ ମାଝୀ, ଚକରା ବିଶୋଇଙ୍କ ଅବଦାନ ଯଥେଷ୍ଟ ଅଛି ଓ ଭୀମପାହାଡ ସହିତ ଏମାନଙ୍କର ସମ୍ପର୍କ ରହିଛି । ରାଜ୍ୟସରକାର ଭୀମପାହାଡକୁ ପର୍ଯ୍ୟଟନସ୍ଥଳିର ମାନ୍ୟତା ଦେଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୫କୋଟି ଟଙ୍କାର ଅନୁଦାନ ଦେଇ ଉନ୍ନୟନ କରାଇଛନ୍ତି । ଆଉ ୬.୫କୋଟି ଟଙ୍କାର ଅନୁଦାନ ଆସିଛି । ଏହି ଅର୍ଥକୁ ପ୍ରଶାସନ ଶୀଘ୍ର ଖର୍ଚ୍ଚ କରିବା, ଲୋକଙ୍କ ଦାବୀକୁ ସମ୍ମାନ ଜଣାଇ ଭୀମପାହାପଠାରେ ସ୍ୱାଧୀନତା ସଂଗ୍ରାମୀ ସହିଦ ଧରମସିଂ ମାଝୀ ମାନଧାତାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା, କନ୍ଧମେଳିର ସ୍ମୃତିକୁ ବହନ କରୁଥିବା ଏକ ଆଦିବାସୀ ମ୍ୟୁଜିୟମ ସ୍ଥାପନ କରିବା ଓ ଭୀମପାହାଡ ଉପରେ ଗବେଷଣା କରାଯିବାକୁ ସାମ୍ବାଦିକ ସମ୍ବିଳନୀରେ ଦାବୀ କରାଯାଇଥିଲା । ଚଳିତବର୍ଷ ମହୋତ୍ସବରେ ରସରାଜ ଅଚ୍ୟୁତ ପୁରୋହିତ, ଦେଓଗାଁର ବଳଭଦ୍ର ସାହୁ, ବନବିହାରୀ ସିଂମାଝୀ, ଅଭୟଚନ୍ଦ୍ର ତ୍ରୀପାଠୀ, ଟିଟିଲାଗଡର କୁମୁଡାପାହାଡ ସୁରକ୍ଷା ସମିତି, ତରଭା ଚୁଡାଖାଇ ମହୋତ୍ସବ କମିଟି, ବୌଦ୍ଧ ଜିଲ୍ଲା ବନ୍ଧଗୋରାର ଖଡଙ୍ଗ ମହୋତ୍ସବ କମିଟି, ବୁଡାବାହାଲ ମହିଳା ସଂକିର୍ତ୍ତନ ମଣ୍ଡଳୀ, ବଡଡୁଙ୍ଗୁରିପାଲି ସଂକିର୍ତ୍ତନ ମଣ୍ଡଳୀକୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦିଆଯାଇଛି । ଭୀମପାହାଡର ଉନ୍ନତିରେ ସହଯୋଗ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ଆରଡି ବିଭାଗର ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ମେହେର କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟିର ଉପଦେଷ୍ଟା ଶୈଳେନ୍ଦ୍ର ସାହୁ, ଘନଶ୍ୟାମ ପଟେଲ, ପିତବାସ ବିଶି, ନନ୍ଦିକିଶୋର ନାଏକ, ଟଙ୍କଧର ନାଗ, ବାସୁଦେବ ସା ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.