ତୋଷାଳୀ ମହୋତ୍ସବର ଲୋଗୋ ଉନ୍ମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ତୁଷୁରା ଠାରେ ତୋଷାଳୀ ମହୋତ୍ସବ ପାଳନ ନିମନ୍ତେ ଆଜି ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିରରେ ଲୋଗୋ ଉନ୍ମୋଚିତ ହୋଇଯାଇଛି । ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ ଏହି ଲୋଗୋକୁ ବିଧିବଦ୍ଧ ଭାବେ ଉନ୍ମୋଚନ କରିଥିଲେ । ପ୍ରକାଶ ଥାଉ କି ଖ୍ରୀଷ୍ଟାବ୍ଦ ୨୦୦ ରାଜା ଐର ଖାରବେଳଙ୍କ ଶାସନ ସମୟରେ ବର୍ତ୍ତମାନର ତୁଷୁରାର ଅନ୍ୟ ନାମ ତୋଷାଳୀଗଡ ଭାବେ ପରିଚିତ ହେଉଥିଲା । ତୁଷୁରା ଅଞ୍ଚଳର ଏହି କଳା, ସଂସ୍କୃତି ଓ ପରମ୍ପରା ର ଏକ ଅସାଧାରଣ ବିପ୍ଲବ ଭାବେ “ତୋଷାଳୀ ମହୋତ୍ସବ” କରିବା ପାଇଁ ଯୁବ ଗୋଷ୍ଠୀ, ବୁଦ୍ଧିଜୀବୀ, ଶିକ୍ଷାବିତ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିଶି ତୋଷାଳୀ ମହୋତ୍ସବ ନାମରେ ଉତ୍ସବ ପାଳନ ପାଇଁ ଅଣ୍ଟା ଭିଡିଥିବା କମିଟି କହିଛି । ଆଜି ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିର, ଟିଟିଲାଗଡର ଘଣ୍ଟଶୁଣି ମନ୍ଦିର, ପାଟଣାଗଡର ପାଟଣେଶ୍ୱରୀ ମନ୍ଦିର, ତୁଷୁରାର ସମଲେଶ୍ୱରୀ ମନ୍ଦିର, ଗୁଡଭେଲାର ଜଗନ୍ନାଥ ମନ୍ଦିର, ସଇଁନ୍ତଳାର ଚଣ୍ଡି ମନ୍ଦିର, ଦେଓଗାଁର ଶିବ ମନ୍ଦିର ଠାରେ ଏକ ସମୟରେ ତୋଷାଳୀ ମହୋତ୍ସବ ଲୋଗୋ ଉନ୍ମୋଚନ କରାଯାଇଥରବା ସୂଚନା ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ କମିଟି ଉପ ସଭାପତି ମୁନା ପଟ୍ଟନାୟକ, ୟୁଥ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏ, ସଂଯୋଜକ ରିଲୁ ରଥ, ବିଙ୍ଗ ହ୍ୟୁମେନର ସୋମନାଥ ମିଶ୍ର, ପଶ୍ଚିମ ଓଡିଶା ଯୁବା ମଂଚର ଅଭିଶେକ ଦାସ, ବିରେନ୍ଦ୍ର ପାଣ୍ଡେ, ସ୍ୱେଚ୍ଛାସେବୀ ସଂଗଠନର ଗୋବିନ୍ଦ ଶତପଥୀ, ଲିଙ୍କନ ସେଠ, କବିର ବସ୍ତିଆ, ପର୍ବତାରୋହୀ ଅନିମେଶ ସାହୁ, ୟୁଥ ଏକ୍ସନ କମିଟିର ରବି ଖମାରୀ, ପ୍ରଶାନ୍ତ ନାୟକ, ପିଙ୍କୁ ବନଛୋର, ସଞ୍ଜୟ ସାହୁ, ନଳୀନ ଦୀପ, ପ୍ରଦ୍ୟୁମ୍ନ ମହାନ୍ତି, ସନ୍ତୋଷ ପୁଟେଲ, ରିଙ୍କୁ ବନଛୋର, ଆଲୋକ ଭୋଇ ଓ ଯୋଗେସ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.