ଦ୍ଵିତୀୟ ଅନ୍ଵେଷଣ ଫେଷ୍ଟ ୨୦୨୬ କାର୍ଯ୍ୟକାରୀ କମିଟୀ ସହିତ ଲୋଗୋ ଉନ୍ମୋଚିତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ରବିବାର ଦିନ ଅନ୍ଵେଷଣ କାର୍ଯ୍ୟାଳୟ ଠାରେ ଅନ୍ଵେଷଣର ସଂପାଦକ ପ୍ରକାଶ ଚନ୍ଦ୍ର ଥନାପତି, ଡ. ନିଳାଞ୍ଚଳ ନନ୍ଦ ଏବଂ ପୂର୍ବତନ ମହୋତ୍ସବ କମିଟୀ ସଭାପତି ତରଣୀସେନ ଦୀପଙ୍କ ଆବାହକତ୍ୱରେ ଦ୍ଵିତୀୟ ଅନ୍ଵେଷଣ ଫେଷ୍ଟ ୨୦୨୬ ଆୟୋଜନ ପାଇଁ ବିଭିନ୍ନ ମତାମତ ସହିତ ଆସନ୍ତା ଜାନୁୟାରୀ ୧୮ ତାରିଖ କୋଶଳ କଳାମଣ୍ଡଳ ପଡିଆଠାରେ ଗତବର୍ଷ ପରି ଦିବସବ୍ୟାପୀ ସକାଳ ୧୦ ଘ. ରୁ ରାତ୍ର ୧୦ଘ. ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସହିତ ପଶ୍ଚିମ ଓଡିଶାର ୫ଟି କଳା, ୫ଟି ସଂସ୍କୃତି ଏବଂ ୫ଟି ପରମ୍ପରା ପ୍ରଦର୍ଶନ କରାଯିବାର ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ତତ୍ ସହିତ ବଲାଙ୍ଗିରର କଳା, ସଂସ୍କୃତି ଓ ପରମ୍ପରାରେ ଏକ ନୂତନ ଫର୍ଦ୍ଦ ଯୋଡିବାର ପ୍ରୟାସ କରାଯିବା ପାଇଁ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ସହିତ ପୂର୍ବବର୍ଷ ପରି ବିଭିନ୍ନ ବିଦ୍ୟାଳୟ, କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ନାଚ, ଗୀତ, ଚିତ୍ରାଙ୍କନ ଓ ଅଭିନୟ ପ୍ରତିଯୋଗୀତା, ସେମିନାର, ତହଁକ୍ କୁଟୁମର କବିତା ଆସର, ଲୋକନାଟକ, ଲୋକନାଚ ସହିତ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସହିତ ଅନୁଷ୍ଠାନ ତରଫରୁ ନାଟକ ପରିବେଷଣ କରାଯିବ । ଏ ବର୍ଷର ଦ୍ଵିତୀୟ ଅନ୍ଵେଷଣ ଫେଷ୍ଟ ୨୦୨୬ ର ସୁପରିଚଳନା ପାଇଁ ନୂତନ ସଭାପତି ଭାବେ ସୁଶ୍ରୀ ସ୍ୱରୂପା ସିଂହ, ସଂପାଦକ ପ୍ରକାଶ ଚନ୍ଦ୍ର ଥନାପତି, କୋଷାଧ୍ୟକ୍ଷ ଅନୁରାଧା ଦେହୁରୀ, କାର୍ଯ୍ୟକ୍ରମ ମୁଖ୍ୟ ଡ. ନିଳାଚଳ ନନ୍ଦ, ପରିଚଳନା ମୁଖ୍ୟ ସନ୍ଦୀପ କୁଅଁର, ପ୍ରଚାର ଓ ପ୍ରସାରଣ ଦାୟିତ୍ଵରେ ସାମ୍ବାଦିକ ନବୀନ ପଶାୟତ, ମହେନ୍ଦ୍ର ପଧାନ, ଶ୍ୟାମ ପ୍ରସାଦ ଗୁରୁ ଏବଂ ତରୁଣ ସାହୁ ଦାୟିତ୍ୱ ନେଇଥିବା ସ୍ଥଳେ ଅନୁଷ୍ଠାନର ଅନ୍ୟୁନ ୪୦ ରୁ ଉର୍ଦ୍ଧ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ଏ ବର୍ଷର ଲୋଗୋ ମଧ୍ୟ ଉନ୍ମୋଚିତ କରାଯାଇଥିଲା ।

Leave A Reply

Your email address will not be published.