centurian jitm

ପି.ପି ଏକାଡେମୀର ଡାଇମଣ୍ଡ ଜୁବୁଲି ପାଇଁ ଲୋଗୋ ଚୟନ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖରେ ବଲାଙ୍ଗିର ପତିତପାବନ ଏକାଡେମୀର ଡାଇମଣ୍ଡ ଜୁବୁଲି ମହାସମାରୋହ ପାଳନ ଅବସରରେ ଡାଇମଣ୍ଡ ଜୁବୁଲି ପାଇଁ ସମସ୍ତ କମିଟିକୁ ନେଇ ଏକ ବୈଠକ ସ୍ଥାନୀୟ ପି. ପି ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ କମିଟିର ସଦସ୍ୟ ମାନଙ୍କ ଉପସ୍ଥିତିରେ ଲୋଗୋ ଚୟନ କରାଯାଇଥିଲା । ବହୁ ଶୀଘ୍ର ଲୋଗୋର ଉନ୍ମୋଚନ କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ପ୍ରକାଶ କରିଛି । ଆଜିର ବୈଠକରେ ଡାଇମଣ୍ଡ ଜୁବୁଲି କମିଟିର ସଭାପତି ଶଶୀଭୂଷଣ ପୁରୋହିତ ଡାଇମଣ୍ଡ ଜୁବୁଲି କମିଟିର ଉପସଭାପତି ପ୍ରଭାସ ପାଣିଗ୍ରାହୀ, ଆଲୁମିନି ଉପସଭାପତି ହେମନ୍ତ ପଣ୍ଡା, ଫାଇନାନ୍ସ କମିଟିର କୋଅର୍ଡିନେଟର୍‌ ଜୟପ୍ରକାଶ ପୁରୋହିତ, ଡାଇମଣ୍ଡ ଜୁବୁଲି କମିଟିର ସଭାପତି ଶଶୀଭୂଷଣ ପୁରୋହିତ, ଆଲୁମିନି କମିଟିର ସମ୍ପାଦକ ସାଏଦ ଅଫତାବ ହୁସେନ୍, ସ୍ମରଣିକା କମିଟିର ସଭାପତି ମନୋରଞ୍ଜନ ସାହୁ, ଡାଇମଣ୍ଡ ଜୁବୁଲି କମିଟିର କୋଷାଧ୍ୟକ୍ଷ ଦତ୍ତାନନ୍ଦ ପଣ୍ଡା, ଯୁଗ୍ମ ସମ୍ପାଦକ ନାସିର ଖାନ, ପି.ପି ଏକାଡେମୀର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର୍ ପାଢ଼ୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଆଲୁମିନି କମିଟିର ସମ୍ପାଦକ ସାଏଦ ଅଫତାବ ହୁସେନ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.