୧୧ ତମ ଭୀମ ପାହାଡ ମହୋତ୍ସବ-୨୦୨୫ : ଲୋଗୋ ଉନ୍ମୋଚିତ

  • ଯୋଗଦେବେ ୧୬ଟି ସାଂସ୍କୃତିକ ଦଳ, ପ୍ରତ୍ୟେହ କଂସ ଦରବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଅକ୍ଟୋବର ୨୧ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଦେଓଗାଁ ବ୍ଲକ ମକୁନ୍ଦପୁର ଗ୍ରାମପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀ ପୀଠରେ ୧୧ତମ ଭୀମପାହାଡ ମହୋତ୍ସବ-୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି । ଭୀମପାହାଡ ମହୋତ୍ସବ କମିଟି, ଗିରିଗୋବର୍ଦ୍ଧନ ପୂଜାକମିଟି ଓ ଦେଓଗାଁ ଅଞ୍ଚଳବାସୀଙ୍କ ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବରେ ହଜାର ହଜାର ଲୋକଙ୍କ ସମାଗମ ହେବ । ସେଥିପାଇଁ ମହୋତ୍ସବ କମିଟି ପକ୍ଷରୁ ପ୍ରସ୍ତୁତି ସରିଯାଇଛି । ଆଜି ମହୋତ୍ସବର ଲୋଗୋକୁ ଉନ୍ମୋଚନ କରାଯିବା ସହିତ ଏକ ସାମ୍ବାଦିକ ସମ୍ବିଳନୀ କରି ମହୋତ୍ସବ ବିଷୟରେ କମିଟି ସୂଚନାଦେଇଛି । ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀର ସଭାକକ୍ଷଠାରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ । ଏହି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସଂସ୍କୃତି ଗବେଷକ ଗୁରୁଶ୍ରୀ ଡ.ଘାସିରାମ ମିଶ୍ର, ସମ୍ମାନୀତ ଅତିଥି ଭାବରେ ତୁଷୁରା ଆଇଆଇସି ସଂଜୀବକୁମାର ପ୍ରଧାନ, ସାହିତ୍ୟିକ, ସ୍ତମ୍ବକାର ଉମାଶଂଙ୍କର ସିଂ, ବଲାଙ୍ଗିର ନାଗରିକ କମିଟିର ସଂପାଦକ ମଧୁସୂଦନ ନାଏକ, ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର, ସଂପାଦକ ଗୋବର୍ଦ୍ଧନ ନାଏକ, ଉପସଭାପତି ଘନଶ୍ୟାମ ପଟେଲ, କୋଷାଧ୍ୟକ୍ଷ ତଥା ମକୁନ୍ଦପୁର ସମିତିସଭ୍ୟ ଅଭିମନ୍ୟୁ ମାଝୀ, ଉପଦେଷ୍ଟା ଶୈଳେନ୍ଦ୍ରକୁମାର ସାହୁ, ନନ୍ଦିକିଶୋର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିଗଣ ମହୋତ୍ସବର ଲୋଗୋକୁ ଉନ୍ମୋଚନ କରି ମହୋତ୍ସବର ଶୁଭକାମନା କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି କହିଥିଲେ ଯେ, ଆମ ଅଞ୍ଚଳର ୪୮ପାଟ ମଧ୍ୟରେ ଭୀମାପାଟ ଅନ୍ୟତମ । ଏହାର ସଂସ୍କୃତି, ପରଂମ୍ପରା ତଥା ଐତିହ୍ୟକୁ ସୁରକ୍ଷା କରିବା ଦିଗରେ ମହୋତ୍ସବର ଯଥେଷ୍ଟ ଭୂମିକା ରହିଛି । ଆଜିକୁ ୧୧ବର୍ଷ ଧରି ମହୋତ୍ସବକୁ ସଫଳତାର ସହିତ ପରିଚାଳନା କରୁଥିବା ଓ ଭୀମଡୁଙ୍ଗୁରୀକୁ ପର୍ୟ୍ୟଟନସ୍ଥଳି କରାଇ ବିକାଶ କରାଇବା ନୀହାତି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ମିଶ୍ର କହିଥିଲେ । ଆଗାମୀଦିନରେ ଏ ଅଞ୍ଚଳର ସ୍ୱାଭିମାନ ସ୍ୱାଧିନତାସଂଗ୍ରାମୀ ଧରମସିଂମାଝୀ ମାନଧାତାଙ୍କ ନାମରେ ଏକ ପୁରସ୍କାର ପ୍ରଦାନ କରାଯିବାକୁ ଉମାଶଙ୍କର ସିଂ ପ୍ରସ୍ତାବ ଦେଇଥିଲେ । କମିଟିର ଅଧ୍ୟକ୍ଷ ଶ୍ରୀ ମେହେର ମହୋତ୍ସବ ବିଷୟରେ ସୂଚନାଦେଇ କହିଲେ ଯେ, ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହୋତ୍ସବକୁ ଧୂମଧାମରେ ପାଳନ କରାଯିବ । ଏଥିରେ ନେତା, ପ୍ରଶାସକଙ୍କ ସହ ୧୬ଟି ସାଂସ୍କୃତିକଦଳ ଯୋଗଦେବେ । ପ୍ରତ୍ୟେହ କଂସ ଦରବାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ୨୧ରେ କଳସ ଶୋଭାଯାତ୍ରାରୁ ଆରମ୍ଭ ହେବ ଓ ୨୫ ତାରିଖରେ “ଅଞ୍ଚଳିକ ବିକାଶରେ ପର୍ଯ୍ୟଟନର ଭୂମିକା” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏହି ଆଲୋଚନା ଚକ୍ରରେ ଜିଲ୍ଲାର ୧୫ଟି କଲେଜର ପ୍ରାୟ ଦେଢଶହ ଛାତ୍ରଛାତ୍ରୀ ଯୋଗଦେବେ । ଠିକ୍‌ ସେହିପରି ତିନିଜଣ କଳାକାର ଯଥା-ବିଳାସପୁରର ଶ୍ରୀପତି ଖାଡିଆ, ଟପର୍ଣ୍ଣାର ମୃଦଙ୍ଗବାଦକ ପ୍ରହଲ୍ଲାଦ ରଣା ଓ ବରକାନୀର କଳାକାର ସୁନୀଳ ମେହେରଙ୍କୁ “ଭୀମପାହାଡ ସମ୍ମାନ” ପ୍ରଦାନ କରାଯିବ । ପ୍ରତିଦିନ କଳାକାର ରବିନ୍ଦ୍ରକୁମାର ସାହୁ ଓ ସାଥିଙ୍କ ଟିମ କଂସଦରବାର କାର୍ଯ୍ୟକ୍ରମ କରିବେ । ନାମ ସଂକୀର୍ତ୍ତନ, ମୀନାବଜାର ସହିତ ମହୋତ୍ସବରେ ହଜାର ହଜାର ଲୋକଙ୍କ ସମାଗମ ହେବ ବୋଲି ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବାଳକ ପଧାନ, ଦୟାସାଗର ନାଏକଙ୍କ ସମେତ କମିଟିର ବହୁସଦସ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.