jayashree

ବଲାଙ୍ଗିର ଦିନ୍‌ର ୨୦୨୨ ନୂତନ ଲଗୋ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶ ବ୍ୟାପୀ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବରେ ବଲାଙ୍ଗିର ଦିନ ଆୟୋଜନ କମିଟି ସାମିଲ ହୋଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ, ବୀରପୁରୁଷ ଓ ବରପୁତ୍ରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚଳିତ ବର୍ଷ ଉତ୍ସର୍ଗୀକୃତ କରାଯାଇଛି । ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ମନ୍ଦିରରେ ବଲାଙ୍ଗିର ଦିନ ଆୟୋଜନ କମିଟି ପକ୍ଷରୁ ବଲାଙ୍ଗିର ଦିନ୍‌ର ନୂଆଁ ଲଗୋ ଉନ୍ମୋଚିତ ଅବସରରେ ଏହା ମତପ୍ରକାଶ ପାଇଛି । କମିଟିର ଆବାହକ ଜୟକୃଷ୍ଣ ମିଶ୍ରଙ୍କ ଆବାହକତ୍ୱରେ ପ୍ରେସକ୍ଲବ ସଭାପତି ତଥା ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ଅରୁଣ ମିଶ୍ର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ । ଗୁରୁବାର ସନ୍ଧ୍ୟାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଏହି ନୂତନ ଲଗୋ ଉନ୍ମୋଚିତ ହୋଇଥିଲା । ପ୍ରଥମେ ପାଟଣାର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପାଟଣେଶ୍ୱରୀ ମନ୍ଦିରର ପୂଜକ ମହେନ୍ଦ୍ର ଦିଶ୍ରୀ ମନ୍ତ୍ରପାଠ କରି ମା’ଙ୍କୁ ଆବାହନ କରିଥିଲେ । ପୂଜକ ଶ୍ରୀ ଦିଶ୍ରୀ ବରିଷ୍ଠ ନାଗରିକ ତଥା ଉପଦେଷ୍ଟା ମନୋରଞ୍ଜନ ପୁରୋହିତଙ୍କୁ ଲଗୋ ପ୍ରଦାନ କରିବା ସହ ପାଟଣେଶ୍ୱରୀ ମା’ଙ୍କ ଆଜ୍ଞାମାଳ ପ୍ରଦାନ କରିଥିଲେ । ଏହା ପରେ ଶ୍ରୀ ପୁରୋହିତ ପ୍ରେସ କ୍ଲବ ସଭାପତି ଶ୍ରୀ ମିଶ୍ରଙ୍କୁ ଉନ୍ମୋଚନ କରିବା ପାଇଁ ନିବେଦନ କରିଥିଲେ । ଏହି ଲଗୋକୁ ନିଗମାନନ୍ଦ ନାଥ ନିର୍ମାଣ କରିଛନ୍ତି । ଏହା ସହ ଯୁବ କଳାକାର ସ୍ୱର୍ଗତ ଜ୍ୟୋତିରଞ୍ଜନ ପାଣିଗ୍ରାହୀଙ୍କ ବଲାଙ୍ଗିର ଦିନ ପ୍ରତି ଥିବା ଅବଦାନକୁ ସ୍ମୃତିଚାରଣ କରାଯାଇଥିଲା । ଆସନ୍ତା ନଭେମ୍ବର ୧ ତାରିଖରେ ହେବାକୁ ଥିବା ବଲାଙ୍ଗିର ଦିନ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସାମିଲ କରିବା ପାଇଁ ଲଗୋ ପରିକ୍ରମା ସହ ବଲାଙ୍ଗିର ଦିନ ଆୟୋଜନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରଚାର ପ୍ରସାର କରାଯିବ ବୋଲି ଆୟୋଜନ କମିଟିର ସମ୍ପାଦକ ପ୍ରଶାନ୍ତ ମହାକୁର ସୂଚନା ଦେଇଛନ୍ତି । ଏହି ଲଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ସ୍ମରଣିକା କମିଟିର ସମ୍ପାଦକ ବିଭୁ କଲ୍ୟାଣ ଗଡ଼ତ୍ୟା, କଳାକାର ସଙ୍ଗୀତା ଦାସ, ସାମାଜିକ କର୍ମୀ କରୁଣାକର ପ୍ରଧାନ, କମ୍ବୁପାଣି ପୂଜାରୀ, ଶ୍ରୀମନ୍ତ ପଣ୍ଡା, ବାବୁ ପୂଜାରୀ, ଗୁଲଠୁ ପୁରୋହିତ, ବାସୁଦେବ ପ୍ରଧାନ, ସୋନୁ କୁମାର, ବୁଲୁ ପଣ୍ଡା, ମଳୟ ଦିଶ୍ରୀ, ଦୂତିବାହାନ ଚନ୍ଦନ, ପ୍ରଦୀପ ସାହୁ, ମଣ୍ଟୁ ଗଡ଼ତ୍ୟା, ଶୁକଦେବ ମାଝୀ, କର୍ଣ୍ଣ କଠାର, ବାଳମୁକୁନ୍ଦ ଘିବେଲା, ମହେଶ୍ୱର ସାହୁ, ଭୀମା ମାଝୀ, କୋଶଲ ସେନା, ଗାନ୍ଧୀ ସ୍ମୃତି କମିଟି, ଦେବାଳୟ ସୁରକ୍ଷା କମିଟି, ଜିଲ୍ଲା ଯାଦବ ସମାଜ, ବଲାଙ୍ଗିର ସହର କୁଲତା ସମାଜ, ବଲାଙ୍ଗିର ଗାୟତ୍ରୀ ପରିବାର, ପରିବେଶ ସୁରକ୍ଷା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଶେଷରେ ଆୟୋଜନ କମିଟିର ସମ୍ପାଦକ ଶ୍ରୀ ମହାକୁର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.