ସିଭିଲ କୋର୍ଟ ପରିସରରେ ଲାଇଭ ହାଂଡ୍ସ ଅନ୍‌ ଟ୍ରେନିଂ ପ୍ରୋଗ୍ରାମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଗତକାଲି ଏକ “ଲାଇଭ ହାଣ୍ଡ୍ସ ଅନ୍‌ ଟ୍ରେନିଂ ପ୍ରୋଗ୍ରାମ “ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାମାନଙ୍କର ଆଇନଜୀବୀଙ୍କ ପାଇଁ ଆୟୋଜନ କରାଯାଇଛି । ଏହି ଟ୍ରେନିଂ ପ୍ରୋଗ୍ରାମଟି ବିଶେଷ କରି ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ସାଧାରଣ ଲୋକଙ୍କ ପାଇଁ ପ୍ରଦତ୍ତ ଇ-ସେବାଗୁଡିକ ଉପରେ ଆଧାରିତ ଥିଲା । ଯଥା ଇ-ଦେୟ ,ଇ-ଫାଇଲିଂ, ଇ-କୋର୍ଟସ ଫି, ଇ-କୋର୍ଟ, ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ ଆପ୍‌ ଏବଂ ଉଚ୍ଚତମ ନ୍ୟାୟାଳୟର ଇ-ସର୍ଭିସେସ୍‌ ମୋବାଇଲ ଆପଗୁଡିକ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ଓଡିଶା ଉଚ୍ଚତ୍ତମ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଡ. ଏସ୍‌. ମୁରଲୀଧର ଯୋଗଦାନ କରିଥିଲେ । ଓଡିଶା ଉଚ୍ଚତ୍ତମ ନ୍ୟାୟାଳୟର ନ୍ୟାୟାଧୀଶ ସଂଜୀବ ପାଣିଗ୍ରାହୀ, ଓଡିଶା ଉଚ୍ଚତ୍ତମ ନ୍ୟାୟାଳୟର ରେଜିଷ୍ଟ୍ରାର ଜେନେରାଲ ଚିତ୍ତରଞ୍ଜନ ଦାଶ ଭିଡ଼ିଓ କନ୍‌ଫରେନ୍‌ସିଙ୍ଗ ମାଧ୍ୟମରେ ଯୋଗଦାନ କରିଥିବା ବେଳେ ଜିଲ୍ଲା ନ୍ୟାୟାଧୀଶ, ବଲାଙ୍ଗିର ଲୋକନାଥ ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ଆଇନଜୀବୀ ସଂଘର ସଭାପତି ପ୍ରବୀଣ କୁମାର ମିଶ୍ର ଏଥିରେ ମଂଚାସୀନ ଥିଲେ । ରେଜିଷ୍ଟ୍ରାର (ଇନ୍ସପେକସନ)ପ୍ରଭାକର ଗଣ୍ଠିଆ ଏବଂ ଓଡିଶା ଉଚ୍ଚତ୍ତମ ନ୍ୟାୟାଳୟର ସି.ପି.ସି. ଅନୁପମ ପାତ୍ର ଉପସ୍ଥିତ ଥିଲେ । ବଲାଙ୍ଗିର ମୁଖ୍ୟ ବିଚାର ବିଭାଗୀୟ ନ୍ୟାୟାଧୀଶ ଅଭିଳାଷ ସେନାପତି ଏବଂ ବରିଷ୍ଠ ଦେୱାନୀ ନ୍ୟାୟାଧୀଶ ଜ୍ୟୋତି ରଞ୍ଜନ ଦାଶ ଟ୍ରେନିଂ ପ୍ରଦାନ କରିଥିଲେ । ଏହି ଟ୍ରେନିଂରେ ବଲାଙ୍ଗିରର ୨୧ ଜଣ, ସୋନେପୁରର ୧୦ଜଣ ଏବଂ ବୌଦ୍ଧର ୧୦ ଜଣ ଆଇନଜୀବୀ ଟ୍ରେନିଂ ନେଇଥିବା ସୂଚନା ରହିଛି ।

Leave A Reply

Your email address will not be published.