
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗ୍ର ସପ୍ତମ ଦିବସର ପ୍ରଥମ ମ୍ୟାଚଟି ଆମ୍ବେଦକର ୱାରିୟର୍ସ ଓ ସ୍ୱରାଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍ୱରାଜ ଦଳ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ମାତ୍ର ୮୭ ରନ୍ ସଂଗ୍ରହ କରିଥିଲା । ଦଳ ତରଫରୁ ଧର୍ମେନ୍ଦ୍ର ମିଶ୍ର ସର୍ବାଧିକ ୨୫ ରନ୍ ସଂଗ୍ରହ କରିଥିଲେ । ଆମ୍ବେଦକର ଦଳ ତରଫରୁ ସଫଳ ବୋଲର ଭାବେ ଜିତେନ୍ଦ୍ର ଥପା ସର୍ବାଧିକ ୪ ଗୋଟି ଓ ଏସ୍.କେ. ଇସ୍ମାଇଲ ରହେମାନ ୩ଗୋଟି ୱିକେଟ ନେଇଥିଲେ । ୮୮ ରନ୍ର ବିଜୟ ଲକ୍ଷ୍ୟକୁ ଆମ୍ବେଦକର ୱାରିୟର୍ସ ଦଳ ମାତ୍ର ୨ ଓି୍ୱକେଟ ବିନିମୟରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ଆମ୍ବେଦକର ଦଳ, ବିକାଶ ବନଛୋର ସର୍ବାଧିକ ୩୯ ରନ୍ ଓ ଶମ୍ଭୁ ହାତି ୨୯ ରନ୍ ସଂଗ୍ରହ କରିଥିଲେ । ଦ୍ୱିତୀୟ ମ୍ୟାଚଟି ଟିମ୍ ଲାୟନ ଓ ବ୍ଲାଷ୍ଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟିମ୍ ଲାୟନ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୫୮ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ରାଜେଶ ରୋଶନ ସିଖା ସର୍ବାଧିôକ ୭୩ ରନ୍ ଓ ଅମନ ଭୋଇ ୨୦ ରନ୍ ସଂଗ୍ରହଣ କରିଥିଲେ । ୧୫୯ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ବ୍ଲାଷ୍ଟର ଦଳ ୧୨୮ ରନ୍ ସଂଗ୍ରହ କରି ଅଲ୍ ଆଉଟ ହୋଇଯାଇଥିଲେ । ଫଳରେ ଏହି ମ୍ୟାଚକୁ ଟିମ୍ ଲାୟନ ଦଳ ୩୧ ରନ୍ରେ ବିଜୟୀ ହୋଇଥିଲେ । ଟିମ୍ ଲାୟନ ପକ୍ଷରୁ ଜୟନାରାୟଣ ବହିଦାର ୩ଗୋଟି ୱିକେଟ ନେଇଥିଲେ । ପ୍ରଥମ ମ୍ୟାଚରେ ଜିତେନ୍ଦ୍ର ଥପା ଓ ଦ୍ୱିତୀୟ ମ୍ୟାଚରେ ରାଜେଶ ରୋଶନ ଶିଖାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା । ଆଜିର ବିଜୟ ସହ ଆମ୍ବେଦକର ୱାରିୟର ଦଳ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛି । ଭବାନୀ ଶଙ୍କର ମହାନନ୍ଦ ଭାଷ୍ୟକାର ଦାୟିତ୍ୱ ତୁଳାଇଥିଲେ । ଆଜିର ଉଭୟ ମ୍ୟାଚକୁ ଓସିଏ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ଶ୍ୟମ ସୁନ୍ଦର ପଣ୍ଡା ପରିଚାଳନା କରିଥିଲେ । ଆଜିର ସପ୍ତମ ଦିବସର ଅତିଥି ଭାବେ ଜିଲ୍ଲା ଅଘରିଆ ସମାଜ ସଭାପତି ଶୁଭ୍ରାଂଶୁ ପଟେଲ ଓ ଓଡିଶା ପୋଲିସ ଏସୋସିଏସନ ଜିଲ୍ଲା ସଭାପତି ଜିତେନ୍ଦ୍ର ପଟେଲ, ପୂର୍ବତନ କ୍ରିକେଟ ଖେଳାଳି ମଦନଜିତ ହୋତା ଓ ତରଙ୍ଗ ଚନ୍ଦନ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଜଗପତି ନାଏକ ଓ ସ୍ୱାଗତ ଶୁଭଙ୍କର ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଆଜିର ଏହି ମ୍ୟାଚରେ ବିସିଏଲ୍ ସଭାପତି ସନ୍ତୋଷ ଆନନ୍ଦ ମିଶ୍ର, ସଂପାଦକ ବିକ୍ରମ ପାତ୍ର, ଆଶିଷ ମିଶ୍ର, ତାପସ ମହାନ୍ତି, ଦେବାଶିଷ, ସୁମିତ, ବିବେକା, ମନୋଜ, ବିଶ୍ୱଜିତ, ସଂଜିବ ପଣ୍ଡା, ରମଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।