ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ-ହାୱଡା ଏକ୍ସପ୍ରେସର ୩ଟି ଖାଲି ଥିବା ଏସି ବଗି ଲାଇନଚ୍ୟୁତ । ପୁରୀ ମାଳତୀପାଟପୁର ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ମାଳତୀପାଟପୁରରୁ ପୁରୀ ଯାଉଥିବା ବେଳେ ବେଳେ ଏହି ଦୁର୍ଘଟଣା ଘଟିଛି । ଲୁପଲାଇନରୁ ମେନ ଲାଇନକୁ ଟ୍ରେନଟି ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ପରେ ଜଣାପଡିଛି ।
ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ବଗିକୁ ବଗି ଗୁଡିକୁ ଟ୍ରାକକୁ ଆଣିବା ପାଇଁ ଉଦ୍ୟମ ହୋଇଥିଲା । ଏବେ ଟ୍ରାକରେ ଟ୍ରେନ ଚଳାଚଳ ସ୍ୱାଭାବିକ ରହିଛି । କିନ୍ତୁ କିଛି ଟ୍ରେନ ବିଳମ୍ବରେ ଚାଲୁଛି । ବଗି ଲାଇନଚ୍ୟୁତ ହୋଇଥିବା ନେଇ ଖବର ପାଇବା ପରେ ରେଳବାଇ କର୍ତୃପକ୍ଷ ଘଟଣାସ୍ଥଳରେ ପଂହଚି ତଦନ୍ତ କରିଛନ୍ତି ।
ପୁରୀଠାରୁ ରାତ୍ରି ୮ ଘଣ୍ଟା୧୫ ମିନିଟରେ ଛାଡିବାକୁ ଥିବା ୧୨୮୩୮ ପୁରୀ-ହାଓ୍ୱାଡା ଏକ୍ସପ୍ରେସ ୨୩ ତାରିଖ ଭୋର ୪ଟାରେ ଛାଡିବ । ସେହିପରି, ପୁରୀଠାରୁ ରାତି ୯ଘଣ୍ଟା ୧୫ମିନିଟରେ ଛାଡିବାକୁ ଥିବା ୨୨୮୯୦ ପୁରୀ – ଦିଘା ଏକ୍ସପ୍ରେସ ମଧ୍ୟ ରାତ୍ରି ଗୋଟାଏରେ ଛାଡିବ ।