ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୪ର ତାଲପାଲିପଡାକୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୪ର ତାଲପାଲିପଡାକୁ ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଶ୍ରୀମତୀ ସାହୁ ପରିଦର୍ଶନ କରି ପଡାରେ ଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ ହେବା ସହ ସମସ୍ୟାଗୁଡିକର ଶୀଘ୍ର ସମାଧାନ ପାଇଁ ପ୍ରତିଶୃତ ଦେଇଥିଲେ ସ୍ଥାନୀୟ ପଡାବାସୀଙ୍କୁ । ଅନ୍ୟପଟେ ପଡାରେ ଥିବା ପମ୍ପ ହାଉସଠାରେ ଅଳିଆ ଆବର୍ଜନା ଓ ଡ୍ରେନ ପାଣିର ନିଷ୍କାସନ ପାଇଁ ନିଜେ ଉପସ୍ଥିତ ରହି ସଫେଇ କରିଥିଲେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ । ଏହି ମସୟରେ ପୌରାଧ୍ୟକ୍ଷାଙ୍କ ସହ କାଉନସିଲର ଅରବିନ୍ଦ ପରୁଆ ଓ ପୂର୍ବତନ କାଉନସିଲର ଅଶ୍ଵିନୀ ପୁଟେଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.