oom

ଓ.ପି. ଜିନ୍ଦଲ ସ୍କୁଲର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ

jsmm

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଡିଜିଟାଲ କ୍ରାନ୍ତିରେ ସାମିଲ ହୋଇ ସ୍ଥାନୀୟ ଜିନ୍ଦଲ ନଗର ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ତାର ଡିଜିଟାଲ ଲାଇବ୍ରେରି ଉନ୍ମୋଚିତ କରିଅଛି, ଯାହା ବିଶ୍ଵର କୋଣ ଅନୁକୋଣରେ ରହୁଥିବା ସମସ୍ତେ ଦେଖି ପାରିବେ । ଏହି ଅବସରରେ ଜେଏସ୍‌ପିଏଲ୍‌ ଅନୁଗୋଳ ପ୍ଳାଣ୍ଟର ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଇ-ଲାଇବ୍ରେରିକୁ ଉନ୍ମୋଚନ କରିଥିଲେ । ଦାମୋଦର ମିତ୍ତଲ, ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ କହିବା ସହ ବିଦ୍ୟାଳୟର ଏହି ଇ- ଲାଇବ୍ରେରି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହିପରି ପଦକ୍ଷେପ ଦ୍ଵାରା ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଅନ୍ୟମାନେ ମଧ୍ୟ ଉପକୃତ ହୋଇ ପାରିବେ ଏବଂ ସେମାନେ ବିଶ୍ଵର ଯେ କୌଣସି ପ୍ରାନ୍ତରେ ଥାଇ ମଧ୍ୟ ଯେକୌଣସି ସମୟରେ ଜ୍ଞାନ ଆହରଣ କରି ପାରିବେ ବୋଲି ଶ୍ରୀ ମିତ୍ତଲ ଆଶା ବ୍ୟକ୍ତ କରିଥିଲେ । ଓ.ପି. ଜିନ୍ଦଲ ସ୍କୁଲ ଅଧ୍ୟକ୍ଷ ଅତନୁ କୁମାର ରଥ ଏହି ଡିଜିଟାଲ ଲାଇବ୍ରେରିର ବହୁବିଧ ବିଶେଷତା ଉପରେ ଆଲୋକପାତ କରିବା ସହ ଏହାକୁ ଏହି ଲିଙ୍କ https://opjsalibrary.wixsite.com/angul ମାଧ୍ୟମରେ ଦେଖି ହେବ ବୋଲି ପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଂଗୀତା ଶର୍ମା ଧନ୍ୟବାଦ ପ୍ରଦାନ କରିବା ସହ ବିଦ୍ୟାଳୟର ୱାର୍କିଙ୍ଗ କମିଟିକୁ ଏହି ସହାୟତା ନିମନ୍ତେ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.