oom

ଜିଲ୍ଲା ଲେଖିକା ପରିଷଦ ବାର୍ଷିକ ଉତ୍ସବ

jsmm

ବରଗଡ଼, (ସତ୍ୟ ନାରାୟଣ ‌ପ୍ରଧାନ) : ବରଗଡ଼ ଜିଲ୍ଲା ଲେଖିକା ପରିଷଦର ବାର୍ଷିକ ଉତ୍ସବ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଅଧ୍ୟାପିକା ଚାପାନୀ ପଣ୍ଡା ଏବଂ ସମ୍ମାନିତ ବକ୍ତା ଭାବେ ସୁନନ୍ଦା ସାହୁ ଯୋଗ ଦେଇ ନାରୀଙ୍କ ମଧ୍ୟରେ ଭରି ରହିଥିବା ପ୍ରତିଭା କଲମ ମୁନରେ ତାହା ରୁପାନ୍ତରିତ କରିବା ଉଚିତ ବୋଲି କହିଥିଲେ। ସଭାରେ ପରିଷଦର ସଭାନେତ୍ରୀ କବିତା ରଥ ପରିଚାଳନା କରିଥିବା ବେଳେ ସମ୍ପାଦିକା ତପସ୍ଵିନୀ ମହାପାତ୍ର ମଞ୍ଚାସୀନ ଥିଲେ। ଏହି ଅବସରରେ ପରିଷଦ ବାର୍ଷିକ ମୁଖପତ୍ର ଶତ ରୂପା ଏବଂ ସନ୍ତୋଷିନୀ ଦାଶଙ୍କ ଲିଖିତ କବିତା ସଙ୍କଳନ ଜୀବନ ସୈ।ରଭ ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସାହିତ୍ୟ ସାଧକ ପ୍ରୀତମ ସିଂ, ମେଘନାଦ ସାହୁ, ଜଟାଧାରୀ ପ୍ରଧାନଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପରିଷଦର ସଭ୍ୟା ସନ୍ଧ୍ୟା ରାଣୀ ଆଚାର୍ୟ୍ୟ, ବୃନ୍ଦା ବତୀ ମହାପାତ୍ର, ନୀରୁ ପମା ଶତପଥୀ, ସୁଦୁମା ପଣ୍ଡା, ସୁରେଶ୍ଵରୀ ପଣ୍ଡା, ସାଗରୀକା ପାଣିଗ୍ରାହୀ, ବାସନ୍ତୀ ଗୁରୁ, ମୀନତି ଦାଶ, ହୈମବତୀ ମିଶ୍ର, ଗୁଡ଼ି ପ୍ରଧାନ, ଜୟଶ୍ରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଡଃ. ଭଗବତୀ କର ଧନ୍ୟବାଦ ଅର୍ପଣ କରିଥିଲେ।

jittmm
Leave A Reply

Your email address will not be published.