oum

ଇ-ପତ୍ରିକା ‘ଲେଦା’ ପ୍ରକାଶ ପାଇଲା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : କବିମାନଙ୍କ ଭାବନାରୁ ସୃଷ୍ଟି ହୋଇଥିବା କେତେକ ଲେଖାକୁ ନେଇ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସର ପ୍ରଥମ ସଂସ୍କରଣ ଭାବେ ଇ-ପତ୍ରିକା ଲେଦା ଆତ୍ମ ପ୍ରକାଶ କରିଛି । ଏହି ପତ୍ରିକା ପ୍ରତି ୪ ମାସରେ ଥରେ ପ୍ରକାଶ ପାଇବ ବୋଲି ଲେଦାର ସମ୍ପାଦକ ନିରଞ୍ଜନ ତ୍ରିପାଠୀ କହିଥିବା ବେଳେ ବାଟକଢ଼ୁଆଲର ସଂପାଦକ ତଥା ଲେଦାର ସହ ସମ୍ପାଦକ ସୁରେନ୍ଦ୍ର ମେହେର ପଶ୍ଚିମାଞ୍ଚଳର କବି କବୟତ୍ରୀମାନଙ୍କୁ ସମାଲୋଚନା ମୂଳକ ଲେଖା ପଠାଇବାକୁ ଅନୁରୋଧ କରିଛନ୍ତି । ଲେଦା ସାରା ପଶ୍ଚିମ ଓଡ଼ିଶାରେ ଏକ ପ୍ରକାରର କମ୍ପନ ସୃଷ୍ଟି କରି ଚାଲିଛି ବୋଲି ଜନମତ ପ୍ରକାଶ ପାଉଛି ।

Leave A Reply

Your email address will not be published.