oum

ଲକ୍ଷ୍ମୀନାରାୟଣ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

jsm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଦେଶବେହେରା ସାହିରେ ବିଜେ ପୁରାତନ ଲକ୍ଷ୍ମୀନାରାୟଣ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମନ୍ଦିର ମୁଖ୍ୟ ମହନ୍ତ ଅନିରୁଦ୍ଧ ରାମାନୁଜ ଦାଶ ମହାରାଜ ଜନ୍ମାଷ୍ଟମୀର ତାପ୍ତର୍ଯ୍ୟ ଏବଂ ଶ୍ରୀକୃଷ୍ଣଙ୍କ ଲୀଳା ସମ୍ପର୍କରେ ପ୍ରବଚନ ପ୍ରଦାନ ସହ ଭାଗବତର ଦଶମ ସ୍କନ୍ଦ ପାଠ କରାଯାଇଥିଲା । ବଡ଼ବଜାର ଅଞ୍ଚଳର ଶତାଧିକ ଭକ୍ତ ଏହି ଉତ୍ସବରେ ସାମିଲ ହୋଇ ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା ସହ ପ୍ରଭୁ କୃପା ଲାଭ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ ଉପସ୍ଥିତ ଥିଲେ ।

Leave A Reply

Your email address will not be published.