om academy

ଆଶଙ୍କାରେ ଲକ୍ଷ୍ମୀ ବସ୍ ସେବା : ବସ୍ ସେବା ସ୍ଥାୟୀ କରିବାକୁ ଗ୍ରାମାଞ୍ଚଳବାସୀଙ୍କ ଦାବି

jsm

ବରଗଡ଼, (ନିରୋଜ କୁମାର ପାଣୀ) : ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ଲୋକଙ୍କୁ ପରିବହନ ସୁବିଧା ଦେବା ନିମନ୍ତେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହୋଇଥିଲା । ମାତ୍ର ପାଞ୍ଚ ଟଙ୍କାରେ ଗ୍ରାମାଞ୍ଚଳରୁ ବ୍ଲକ ସଦର ମହକୁମାକୁ ଲୋକେ ଯାତାୟାତ କରି ପାରୁଥିଲେ । ଓଡିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ପରିଚାଳିତ ହେଉଥିବା ଏହି ବସ୍‌ର ଦୁଇ ପାଖରେ ଲକ୍ଷ୍ମୀବସ୍ ଲେଖା ଏବଂ ଦୁଇଟି ନର୍ତ୍ତକୀ ଶଙ୍ଖ ଫୁଙ୍କୁଥିବା ଷ୍ଟିକର ଲାଗିଥିଲା । ନିର୍ବାଚନ ତାରିଖ ଘୋଷଣା ସହ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ପ୍ରଶାସନ ପକ୍ଷରୁ ଶଙ୍ଖ ଷ୍ଟିକର ଉପରେ ସେଲୋଟେପ ଲଗାଯାଇଥିଲା । ଏବେ ହଠାତ ଅତାବିରା ଅଞ୍ଚଳରେ ଚାଲିଥିବା ଚାରୋଟି ଲକ୍ଷ୍ମୀ ବସ୍ତ୍ରର ଷ୍ଟିକର ଉଭାନ ହୋଇଯାଇଛି । କୌଣସି ଷ୍ଟିକରର ଚିହ୍ନବର୍ଣ୍ଣ ନାହିଁ । ଫଳରେ ଲୋକେ ଏବେ ବସ୍‌କୁ ଚିହ୍ନି ପାରୁ ନାହାନ୍ତି । ଏହି ଷ୍ଟିକର କିଏ ଟାଣିଲା ଏବଂ କାହା ନିର୍ଦ୍ଦେଶରେ ଏହାକୁ ନଷ୍ଟ କରାଗଲା ସେନେଇ କାହା ପାଖରେ ଖବର ନାହିଁ । କୌଣସି ସରକାରୀ ନିର୍ଦ୍ଦେଶ ନଥିବା କଥା ସହ କାହିଁକି ଏଭଳି ପରିବର୍ତ୍ତନ କରାଗଲା ସେ ନେଇ ତାଙ୍କ ପାଖରେ ଖବର ନାହିଁ ବୋଲି ବସ୍ କର୍ମଚାରୀମାନେ ମଧ୍ୟ କହୁଛନ୍ତି । ଆଗକୁ ଏହି ବସ ଚାଲିବ କି ନାହିଁ ସେ ନେଇ ଅଞ୍ଚଳବାସୀ ଦ୍ୱନ୍ଦରେ ରହିଛନ୍ତି । ଲୋକଙ୍କ ଦୁଃଖ ଦୂର ଦିଗରେ ପ୍ରଶାସନ ତତ୍ପର ହେବାକୁ କୁହାଯାଇଛି । ଚଳିତ ନିର୍ବାଚନରେ ବିଜେଡି ସରକାରର ପତନ ଯୋଗୁଁ ଏହି ଜନମଙ୍ଗଳକାରୀ ବସ୍ ସେବାର ସ୍ଥାୟୀତ୍ୱ ନେଇ ଆଶଙ୍କା ସୃଷ୍ଟି କରିଛି । ତେବେ ନୂତନ ବିଜେପି ସରକାର ଏହି ବସ୍ ସେବାକୁ ସ୍ଥାୟୀ କରିବାକୁ ଗ୍ରାମାଞ୍ଚଳବାସୀଙ୍କ ଦାବି ହେଉଛି ।

Leave A Reply

Your email address will not be published.