centurian jitm

ସମାଜସେବୀ ତଥା ବିଶିଷ୍ଠ କଳାକାର ଲଳିତ ଜଗତ ନିର୍ବାଚନୀ ମଇଦାନରେ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଲଳିତ ଜଗତ ପାଇକମାଲ ବ୍ଲକରେ ପ୍ରଥମ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ଜଗତ ଜଣେ ସମାଜସେବୀ, ଉଚ୍ଚ ଶିକ୍ଷିତ, କଳା ସଂସ୍କୃତି ପ୍ରେମୀ ସମସ୍ତଙ୍କ ସୁଖ ଦୁଃଖର ସାଥି ତଥା ଶ୍ରମିକ ନେତା । ବହୁମୁଖୀ ପ୍ରତିଭାଧାରୀ । ଶ୍ରମିକ ମାନଙ୍କର ପଞ୍ଜୀକରଣ ସହଯୋଗ କରି ତାଙ୍କର୍ ସୁବିଧା ସୁଯୋଗ ପ୍ରତି ନଜର ଦେଇଥାନ୍ତି । ଶ୍ରମିକ ମାନେ ବାହାରେ ବନ୍ଧା ପଡିଥିଲେ ତାଙ୍କୁ ପ୍ରଶାସନର ସହାୟତାରେ ଉଦ୍ଧାର କରିଥାନ୍ତି । କରୋନା ମହାମାରୀ ସମୟରେ ଘରକୁ ଘର ବୁଲି ସଚେତନତା କରି ମାକ୍ସ, ସେନିଟାଇଜର ବାଣ୍ଟିଥାନ୍ତି । ଯେତେବେଳେ ଯିଏ ଡାକୁ ତାଙ୍କ ଘରେ ପହଞ୍ଚି ତାଙ୍କ ଦୁଃଖ ସୁଖ ବୁଝି ସହଯୋଗ କରିଥାନ୍ତି । ସରକାରୀ ଯୋଜନା ସୁବିଧାରୁ ବଞ୍ଚିତ ହୋଇଥିବା ଲୋକ ମାନଙ୍କୁ ନେଇ ସେମାନଙ୍କର ସୁବିଧା କରାଇ ଦେଇଥାନ୍ତି । କୋର୍ଟ କଚେରୀ, ଥାନା ପ୍ରଶାସନ, ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ପାଖକୁ ଯାଇ ଲୋକ ମାନଙ୍କର ହକ୍ ଅଧିକାର ପାଇଁ ମଧ୍ୟ ଲଢିଥାନ୍ତି । ସେଥିପାଇଁ ତାଙ୍କୁ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜର ସଭାପତି ତଥା ପଶ୍ଚିମ ଓଡିଶା ଦଳିତ ଅଧିକାର ମଞ୍ଚ ପାଇକମାଲ ବ୍ଲକର ସଭାପତି ଭାବେ ମନୋନୀତ କରିଛନ୍ତି । ତାଙ୍କର୍ ଏଭଳି ସେବା ମନୋବୃତ୍ତି ଦେଖି ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ବିଜୟ ସୁନିଶ୍ଚିତ ବୋଲି ମନେ କରୁଛନ୍ତି । କଳା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର୍ ପ୍ରଚେଷ୍ଟା ଅତୂଳନୀୟ । ଏ ଅଞ୍ଚଳରେ କଳାର ଉନ୍ନତି ପାଇଁ ସେ ସବୁବେଳେ ଧ୍ୟାନ ଦେଇଥାନ୍ତି । ଦିଲ୍ଲୀ ଯାଇ ସଙ୍ଗୀତ ବିଦ୍ୟାଳୟ ସ୍ଥାପନା କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଦାବୀ ପତ୍ର ଦେଇଛନ୍ତି । ରାଜ୍ୟକଳା ଓ ଗବେଷଣା ପ୍ରଶିକ୍ଷଣ ପରିଷଦ ଓଡିଶା, ବରଗଡ଼ ଜିଲ୍ଲାର ସଭାପତି, ପାଇକମାଲ ବ୍ଲକ କଳାକାର ମହାସଂଘର ସାଧାରଣ ସମ୍ପାଦକ ଓ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଅଛନ୍ତି । ଏକା ଧାରରେ ସେ କଳାର ବହୁମୁଖୀ ପ୍ରତିଭାର ଅଧିକାରୀ ଜଣେ କବି, ଲେଖକ, ନାଟ୍ୟକାର ତଥା ନିର୍ଦ୍ଦେଶକ ଅଟନ୍ତି । ତାଙ୍କରି ଆଙ୍କରିଙ୍ଗ ମାଧ୍ୟମରେ ଦର୍ଶକ ମାନଙ୍କୁ ବିମୋହିତ କରିଥାନ୍ତି । ଏହିଭଳି ଜଣେ ସମାଜସେବୀ, ଉଚ୍ଚ ଶିକ୍ଷିତ ତଥା କଳାକାରକୁ ନିର୍ବାଚନୀ ମଇଦାନରେ ପାଇ ଅଞ୍ଚଳବାସୀ ବେଶ୍ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.