ବିଶିଷ୍ଟ ବ୍ୟବସାୟୀ ଲାଲଚନ ଅଗ୍ରୱାଲଙ୍କ ପରଲୋକ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ବଲାଙ୍ଗୀରର ବିଶିଷ୍ଟ ବ୍ୟବସାୟୀ ଲାଲଜନ ଅଗ୍ରୱାଲଙ୍କ ୯୫ ବର୍ଷ ବୟସରରେ ତାଙ୍କ ଟିକ୍ରାପଡା ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇପୁଅ ରତନ କୁମାର ଅଗ୍ରୱାଲ, ବାଲକିଶନ ଅଗ୍ରୱାଲ, ଏକମାତ୍ର ଝିଅ ରାଧାଦେବୀ ଅଗ୍ରୱାଲ, ବହୁ, ନାତୀ ନାତୁଣୀ ଓ ପଣ ନାତୀ ନାତୁଣୀ ଉପସ୍ଥିତ ଥିଲେ । ସେ ବାର୍ଦ୍ଧକ୍ୟଜନତି ରୋଗରେ ପିଡିତ ଥିଲେ । ସ୍ୱର୍ଗତ ଅଗ୍ରୱାଲଙ୍କ ଶେଷକୃତ ସ୍ଥାନୀୟ ବିଭୂତିପଡା ସ୍ଥିତ ଶ୍ମଶାନରେ ମାରୱାଡୀ ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ କରାଯାଇଥିଲା । ସ୍ୱର୍ଗତ ଅଗ୍ରୱାଲଙ୍କ ଶବାଧାରରେ ବଲାଙ୍ଗୀର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ମାରୱାଡି ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଯୋଗ ଦେଇଥିଲେ । ସ୍ୱର୍ଗତ ଅଗ୍ରୱାଲ ଜଣେ ଭଦ୍ର, ଆମାୟିକ ଓ ପରୋପକାରୀ ବ୍ୟକ୍ତି ଥିବା ବେଳେ ବିଭିନ୍ନ ଅନୁଷ୍ଠନା ସହିତ ମଧ୍ୟ ଜଡିତ ଥିଲେ । ତାଙ୍କ ମୃତ୍ୟୁରେ ବିଶେଷ କରି ଟିକ୍ରାପଡା, ମାଲପଡା ଓ ଦୈନିକ ବଜାର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.