ପୁଣି ନିଜ ସ୍ଥିତି ଜାହିର କଲା ଲାଲବାହିନୀ

ବାଲିଗୁଡା, (ସୁରେନ୍ଦ୍ର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ନୂଆସାହୀ ଅଞ୍ଚଳରେ ଖେଳିଛି ମାଓବାଦୀ ଆତଙ୍କ । ନୂଆସାହି ପିପଳସାହି ସ୍କୁଲ ସମେତ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ମାଓ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.