ଓପିଏସ୍‌ସି ପରୀକ୍ଷାରେ ୫୨୭ ରେଙ୍କ୍‌ରେ ଉତ୍ତୀର୍ଣ୍ଣ ହୋଇ ଟିଟିଲାଗଡ଼ର ନାଁ ରଖିଛନ୍ତି ଲଲାଟେନ୍ଦୁ ଛୁରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକଙ୍କ) : ଚଳିତ ବର୍ଷ ଓପିଏସ୍‌ସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମାର୍ଲାଡ ଗ୍ରାମର ବଲିନ୍ଦ୍ର ଛୁରା ଓ ପଦ୍ମାବତୀ ଛୁରାଙ୍କ ପୁତ୍ର ଲଲାଟେନ୍ଦୁ ଛୁରା ଚଳିତ ବର୍ଷ ଓପିଏସ୍‌ସି ପରୀକ୍ଷାରେ ୫୨୭ ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହାକି ମାରଲାଡ ଗ୍ରାମ ପଞ୍ଚାୟତର ଗର୍ବର ବିଷୟ ପାଲଟିଛି । ଏହି ଖବର ପାଇ ମାର୍ଲାଡ ସରପଞ୍ଚ ଶ୍ରୀମତି କେଶରୀ ହାତୀ, ସରପଞ୍ଚଙ୍କ ପ୍ରତିନିଧି କୃଷ୍ଣ ହାତି, କୁସକେଲା ସରପଞ୍ଚ ଶ୍ରୀମତି ପୁଷ୍ପା ମହାନନ୍ଦ, ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ମହାନନ୍ଦ ଓ ସମାଜସେବୀ ବିକ୍ରମ ସୁନା ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.