ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଜବନ୍ଧରେ ରାଣୀ ଲକ୍ଷ୍ମୀବାଈ ଆତ୍ମସୁରକ୍ଷା ତାଲିମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହାରାଧନ ବେରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସହଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆତ୍ମସୁରକ୍ଷାର ଆବଶ୍ୟକତା ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିଭାବେ ସିଆରସିସି ନରେନ୍ଦ୍ରକୁମାର ପୁରୋହିତ, ପ୍ରଥମ ଓଡିଶା ସଂସ୍ଥାର ସଂଯୋଜକ ସୁଧୀର କୁମାର ଦାଶ ଯୋଗଦେଇ ଛାତ୍ରୀମାନେ ଆତ୍ମବିଶ୍ୱାସ ସହିତ ତାଲିମ ଗ୍ରହଣ କରି ସମାଜରେ ଉଦାହରଣ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ଶିକ୍ଷକ ଦିବାକର ବଢ଼େଇ, ସଞ୍ଜୟ ଭୋଇ, ବିକାଶ ଭରାସାଗର, ଦିନେଶ ନାଏକ, ପ୍ରଶାନ୍ତଜ୍ୟୋତି ପ୍ରଧାନ, ଶାରୀରିକ ଶିକ୍ଷକ ଗୋବିନ୍ଦ ସାହୁ ସହଯୋଗ କରିଥିଲେ । ମୁଖ୍ୟ ତାଲିମଦାତା ବର୍ଷାରାଣୀ ମଲ୍ଲିକ ଓ ମାନସୀ ନାଗ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ଉପରେ ତାଲିମ ଦେଇଥିଲେ । ଶେଷରେ ଶିକ୍ଷୟିତ୍ରୀ ଲଳିତା ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.