oom

ପୂର୍ବ ଏବଂ ପଶ୍ଚିମ ଭାଗରେ ପୁଣି ଯୋଡ଼ା ଲଘୁଚାପ

jsmm

ଭୁବନେଶ୍ୱର : ପୂର୍ବ ଏବଂ ପଶ୍ଚିମ ଭାଗରେ ପୁଣି ଯୋଡ଼ା ଲଘୁଚାପ ସମ୍ଭାବନା ଏହି ସୂଚନା ଟ୍ୱିଟ ମାଧ୍ୟମରେ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଉମା ଶଙ୍କର ଦାସ । ଆରବ ସାଗର ଓ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର-ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ସମାନ ଅଞ୍ଚଳରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହା ପ୍ରଭାବରେ ରାଜ୍ୟରେ ୪ତାରିଖ ପର୍ଯ୍ୟନ୍ତ ବର୍ଷା ରହିବ । ଆସନ୍ତା ୨୪ଘଣ୍ଟାରେ କେନ୍ଦୁଝର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ଛଡ଼ା, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, କଟକ, ବରଗଡ, ବଲାଙ୍ଗିର, ସମ୍ବଲପୁର, ଅନୁଗୁଳ, ବୌଦ୍ଧରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଗଜପତି, ଯାଜପୁର ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ମଧ୍ୟ ପ୍ରବାହିତ ହେବ । ଆସନ୍ତାକାଲି ମଧ୍ୟ ମୟୁରଭଞ୍ଜ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଥିବାବେଳେ ଅନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି । ମତ୍ସ୍ୟଜୀବୀଙ୍କୁ ମଧ୍ୟ ୨୮ରୁ ୧ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି ।

jittmm
Leave A Reply

Your email address will not be published.