ରେଙ୍ଗାଲିରେ ଲଗାଣ ଲଘୁଚାପ ବର୍ଷାରେ ଗଛ ପଡ଼ି ଘର ଭାଙ୍ଗିଲା : ଅଳ୍ପକେ ବର୍ତ୍ତିଲେ ୭ ପ୍ରାଣୀ କୁଟୁମ୍ବ, ଫିକା ପଡିଥାନ୍ତା ନୂଆଁଖାଇ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାରେ ତୁହାକୁ ତୁହା ଲଗାଣ ଲଘୁଚାପ ବର୍ଷା ଲାଗିରହିଛି । ଲଘୁଚାପ ବର୍ଷା ପ୍ରଭାବରେ ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତ ରେଙ୍ଗାଲି ଗ୍ରାମର ସୁରୁକାନ୍ତ ଭୋଇଙ୍କ ଘର ଉପରେ ଶନିବାର ରାତିରେ ପାଖରେ ଥିବା ଏକ ବଡ ରହେନ ଗଛ ପଡ଼ି ଯିବାରୁ ଘର ଆଂଶିକ ଭାଙ୍ଗି ଯାଇଛି । ଘରେ ଥିବା ସୁରୁକାନ୍ତଙ୍କ ସ୍ତ୍ରୀ ଓ ୫ ପୁଅଝିଅଙ୍କ ସହ ୭ ପ୍ରାଣୀ କୁଟୁମ୍ବ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ରବିବାର ଅନୁଷ୍ଠିତ ଗଣପର୍ବ ନୂଆଁଖାଇ ଭୋଇ ପରିବାର ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଫିକା ପଡି ଯାଇଥାନ୍ତା । ଅତ୍ୟନ୍ତ ଗରିବ ସୁରୁକାନ୍ତ ବହୁ କଷ୍ଟରେ ସରକାରଙ୍କ ପକ୍ଷରୁ ମିଳିଥିବା ଏକ ଆବାସ ଘର ତିଆରି କରି ସେଠାରେ ସପରିବାର ରହୁଥିଲେ । ଗରିବ ସୁରୁକାନ୍ତଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି । ଖବର ଲେଖା ସୁଦ୍ଧା ଘର ଉପରେ ଗଛ ପଡ଼ି ରହିଥିବା ଜଣାପଡିଛି । ମୁରିବାହାଲ ଦମକଳ ବାହୀନି ଘଟଣାସ୍ଥଳକୁ ଯାଇ ଗଛ କାଟି ସଫା କରିବାକୁ ପରିବାର ଲୋକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.