ଲଗାଣ ବର୍ଷାରେ ଚାଷଜମି ଜଳବନ୍ଦୀ : ହତାଶରେ ଚାଷୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପ ଜନିତ ତୁହାକୁ ତୁହା ଲଗାଣ ବର୍ଷାରେ ଡେଲାଙ୍ଗ ବ୍ଲକର ସାଉରିଆ,ଘନିପୁର, କଲ୍ୟାଣପୁର, ମୁନିନ୍ଦା, ଧାନକେରା, ଡେଲାଙ୍ଗ କୋଠବାଡ, ଗୁଆଳିପଡା, ଅଭୟମୁଖୀ, ଶ୍ରୀପୁରୁଷୋତମପୁର, ବେରବୋଇ ଆଦି ଗ୍ରାମ ପଂଚାୟତର ବ୍ୟାପକ ଚାଷ ଜମି ଜଳାର୍ଣ୍ଣବ ହେତୁ ଚାଷୀ ଆତଙ୍କିତ ଏବେ ଦୁଇ ଫୁଟ ଉଚ୍ଚରେ ବର୍ଷା ଜଳ ଜମି ରହିଛି । ଚଳିତ ବର୍ଷ ପ୍ରାରମ୍ବରେ ଅଭାବି ବର୍ଷା ଯୋଗୁଁ ଚାଷକାମ ବିଳମ୍ବିତ ହୋଇଥିଲା । ଏବେ ସଦ୍ୟ ରୁଆ ଯାଇଥିବା ଧାନ ଓ ଲଙ୍ଗଳ ମରାଯାଇଥିବା ବୁଣା ଧାନ ଉପରେ ଦୁଇଫୁଟ୍‌ ଉଚ୍ଚରେ ବର୍ଷାଜଳ ଜମି ଯିବାରୁ ଧାନ ଫସଲ ନଷ୍ଟ ହେବାର ଯଥେଷ୍ଟ ସମ୍ବାବନା ରହିଛି । ଲୁଣା ଓ ଦୟା ନଦୀର ସଙ୍ଗମ ମୁହାଁଣର ଉପର ମୁଣ୍ଡରେ କଲିକତି ଦଳ, ବୁଦା ଜମି ରହିବା ଓ ନାଳ ଶଯ୍ୟାଗୁଡିକ ସଫେଇ ନହେବା ଫଳରେ ବର୍ଷା ଜଳ ନିଷ୍କାସନରେ ବିଳମ୍ବିତ ହେଉଛି । ଯାହା ଫଳରେ ହଜାର ହଜାର ଏକର ଚାଷୀଜମି ଏବେ ଜଳବନ୍ଦୀ । ପନିପରିବା ଚାଷ ତ ଉଜୁଡିଲା, ପୁର୍ନବାର ଧାନ ଚାଷ ପାଇଁ ଏବେ ଚାଷୀ ପାଖରେ ଆଉ ତଳି ପକାଇ ରୋଇବାର ସମୟ ନାହିଁ କି ସମ୍ବଳ ନାହିଁ । ଖରିଫ ଫସଲ ଆରମ୍ଭରେ ଏପରି ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଥିବା ଚାଷୀକୁଳ ହତାଷ ହୋଇପଡିଛି । ତୁରନ୍ତ ବର୍ଷାଜଳ ନିଷ୍କାସନ ନିମନ୍ତେ ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା କରିବା ସହ ଚାଷୀଭାଇମାନଙ୍କ ଜୀବନଜୀବିକା ବିକାଶ ଧାରାରେ ସୁରକ୍ଷା ଓ ଉନ୍ନତି ନେଇ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀକୁଳ ନିବେଦନ କରିଛନ୍ତି ।

Leave A Reply

Your email address will not be published.