ଭୁବନେଶ୍ୱର, (ପିଆଇବି) : ‘ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ’ ଉପଲକ୍ଷେ ଓଡ଼ିଶା ଡାକ ପରିମଣ୍ଡଳ ଦ୍ୱାରା ଆଜି ଏକ ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି । ଭୁବନେଶ୍ୱର ସ୍ଥିତ ଓଡ଼ିଶା ପରିମଣ୍ଡଳର ସିପିଏମଜି କାର୍ଯ୍ୟାଳୟ ପିଆରସି ହଲ୍ ରେ ଏହି ଉନ୍ମୋଚନ ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ବରିଷ୍ଠ ଡାକ ଅଧିକାରୀ/କର୍ମଚାରୀ, ଜଣାଶୁଣା ଡାକ ଟିକେଟ ସଂଗ୍ରହକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ । ଓଡ଼ିଶା ପରିମଣ୍ଡଳର ମୁଖ୍ୟ ମହାଡାକପାଳ ନିର୍ମଳଜିତ ସିଂହ ଏହି ସ୍ୱତନ୍ତ୍ର ଲଫାପାକୁ ଉନ୍ମୋଚନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ବାଘ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସମାରୋହରେ ଡାକ ସେବା ନିର୍ଦ୍ଦେଶକ (ମୁଖ୍ୟାଳୟ) ଅମିତ କୁମାର ଝା, ଭୁବନେଶ୍ୱର ଡିଭିଜନର ଏସଏସପିଓ ତାରିଣୀ ଚରଣ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଡାକ ସହାୟକ ନିର୍ଦ୍ଦେଶକ (ଫିଲାଟେଲି) ମଧୁସ୍ମିତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସ୍ୱତନ୍ତ୍ର ଲଫାପା ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରର ଫିଲାଟେଲିକ୍ ବ୍ୟୁରୋଠାରେ ୨୫ ଟଙ୍କା ମୂଲ୍ୟରେ ଡାକ ଟିକଟ ସଂଗ୍ରହକାରୀ ତଥା ଜଣ ସାଧାରଣଙ୍କ କ୍ରୟ ନିମନ୍ତେ ଉପଲବ୍ଧ ହେବ ।
