centurian jitm

ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା ତରଫରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା ତରଫରୁ ବିଶ୍ୱ ଶ୍ରମିକ ଦିବସ ଜିଲ୍ଲା ସଭାପତି ତିର୍ଥ ପଧାନଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୋୟଲ ଧର୍ମଶାଳା ଠାରେ ପାଳିତ ହୋଇଯାଇଛି । ଏ ଅବସରରେ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ଆଶା କର୍ମୀ, ବିଦ୍ୟୁତ କର୍ମଚାରୀ, ପଂଚାୟତ କର୍ମଚାରୀ, ନିର୍ମାଣ ଶ୍ରମିକ, ପାଚିକା ସହାୟିକା ଯୋଗଦାନ କରିଥିଲେ । ଏଥିରେ ପି.ଦାମୋଦର ରାଓ, ଶରତ ସିଂ, ଅନିଲ ସେଠ, ଯୁବରାଜ ମନହିରା, ଓଁକାର ସିଂଦେଓ, ପୁରୁଷୋତ୍ତମ କମ୍ପ ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ଶେଷରେ ଜିଲ୍ଲା ସହ ସଂପାଦକ ସାଏବୁ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.