ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିଭିନ୍ନ ନିଗମ ଯଥା ଓଡିଶା କୃଷି ନିଗମ ଲିଃ, ଓଡିଶା କାଜୁ ଉନ୍ନୟନ ନିଗମ ଲିଃ ଏବଂ ଓଡିଶା ବିହନ ନିଗମ ଲିଃ ତଥା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫେରେନସ୍‌ ମାଧ୍ୟମରେ ଯୋଗ ଦେଇଥିଲେ । ସେହିପରି ଓଡିଶା କାଜୁ ଉନ୍ନୟନ ନିଗମ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅଂଶଧନ ଲାଭ ବାବଦକୁ ୪୬ ଲକ୍ଷ ୫୧ ହଜାର ୨୦୦ ଟଙ୍କା ପ୍ରଦାନ କରିଅଛି । ୧୯୭୮ରେ ପ୍ରତିଷ୍ଠିତ ଓଡିଶା ରାଜ୍ୟ ବିହନ ନିଗମ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅଂଶଧନ ବାବଦକୁ ୨୩ ଲକ୍ଷ ୨୦ ହଜାର ୫୬୭ ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଅଛି । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଂଶଧନ ଉପରେ ୨.୧୬ ପ୍ରତିଶତ ଲାଭାଂଶ ଘୋଷଣା କରିଛି । ଏହି ବ୍ୟାଙ୍କରେ ରାଜ୍ୟ ସରକାରଙ୍କର ୨୨.୫ ପ୍ରତିଶତ ଅଂଶଧନ ରହିଛି । ରାଜ୍ୟ ସରକାରଙ୍କୁ ୨୦୨୦-୨୧ ବର୍ଷ ପାଇଁ ଲାଭାଂଶ ବାବଦକୁ ୨ କୋଟି ୬୮ ଲକ୍ଷ ୪୯ ହଜାର ୪୨୫ ଟଙ୍କା ପ୍ରଦାନ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.