centurian jitm

ଡେଲାଙ୍ଗ ବ୍ଲକରେ ଲେବର କାର୍ଡ ବଣ୍ଟନ ମେଳା

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଡେଲାଙ୍ଗ ବ୍ଲକରେ ଶ୍ରମିକମାନଙ୍କୁ ଲେବର କାର୍ଡ (ଶ୍ରମ କାର୍ଡ) ବିତରଣ କାର୍ଯ୍ୟର ଶୁଭାରମ୍ଭ ମଙ୍ଗଳବାର ବିଧାୟକ ରୁଦ୍ରପ୍ରତାପ ମହାରଥିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇ ପ୍ରାରମ୍ଭରେ ଗଡମୋଟରୀ ପଞ୍ଚାୟତର ୨୨୮ ଜଣଙ୍କ ମଧ୍ୟରୁ ୨୧ଜଣ ଏବଂ ଖେଲୋର ପଞ୍ଚାୟତର ୩୧୬ ଜଣଙ୍କ ମଧ୍ୟରୁ ୬୧ଜଣ ପୁରୁଷ ଓ ମହିଳା ଶ୍ରମିକଙ୍କୁ ଲେବର କାର୍ଡ ବିତରଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମାଣ ଶ୍ରମିକମାନଙ୍କ ପରିବାରର ମଙ୍ଗଳ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ସହ ସେମାନଙ୍କ ପିଲାମାନଙ୍କ ପାଠପଢା ଖର୍ଚ୍ଚ, ଝିଅ ବିଭାଘର, ସ୍ୱାସ୍ଥ୍ୟଜନିତ ସମସ୍ୟାର ନିରାକରଣ ପାଇଁ ଏହି ଯୋଜନାରେ ଆର୍ଥିକ ସହାୟତାର ବ୍ୟବସ୍ଥା କରିଥିବା ନେଇ ବିଧାୟକ ଶ୍ରୀ ମହାରଥୀ ସୂଚନା ଦେଇଥିଲେ । ପୁରୀ ଜିଲ୍ଲାରେ ଡେଲାଙ୍ଗ ବ୍ଲକ୍ ପାଇଁ ସର୍ବାଧିକ ୫ ହଜାରରୁ ଅଧିକ ନିର୍ମାଣ ଶ୍ରମିକଙ୍କ ପରିବାର ନିମନ୍ତେ ଏହି ଲେବର କାର୍ଡ ବ୍ୟବସ୍ଥା କରାଯାଇଛି ବୋଲି ବିଧାୟକ ଶ୍ରୀ ମହାରଥୀ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ନିର୍ମାଣ ଶ୍ରମିକମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସରସସୁନ୍ଦର ଭାବେ ପରିଚାଳନା କରିବା ଦିଗରେ ଛାତ୍ର ବିଜେଡ଼ି ନେତା ସୁଦୀପ୍ତ କୁମାର ନାୟକ, ଗଡମୋଟରୀ ପଞ୍ଚାୟତ ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ, ସମିତି ସଭ୍ୟ ଲଲାଟ କେଶରୀ ସାମନ୍ତରାୟ, ଖେଲୋର ପଞ୍ଚାୟତ ସରପଞ୍ଚ ସ୍ନେହଲତା ସାହୁ, ସମିତି ସଭ୍ୟ ଭୀମସେନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବ୍ଲକ୍ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.