om academy

କୋସଲାଂଚଳରେ ଆଇନ ବିଶ୍ୱବିଦ୍ୟାଳୟର ସ୍ଥାପନ ଓ କୋସଲାଂଚଳର ସମସ୍ତ ବେସରକାରୀ ଆଇନ ମହାବିଦ୍ୟାଳୟକୁ ସରକାର ହାତକୁ ନେବାକୁ କେ.ୱାଇ.ସି.ସି. ଓ ଏକେଏସ୍‌ୟୁର ଦାବୀ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇତି ମଧ୍ୟରେ ରାଜ୍ୟ ସରକାର ତାଙ୍କର ଆଂଚଳିକ ବୈଷମ୍ୟ ଜନିତ ନୀତିର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ ଦେଖାଇଛନ୍ତି । କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ଆଇନ ବିଶ୍ୱବିଦ୍ୟାଳୟ ଘୋଷଣା କରିବା ସହ ରାଜ୍ୟର ସମସ୍ତ ଆଇନ ମହାବିଦ୍ୟାଳୟମାନଙ୍କୁ ସେହି ବିଶ୍ୱ ବିଦ୍ୟାଳୟ ସହ ସହବନ୍ଧିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ କୋସଲାଂଚଳର ୮ଟି ଆଇନ ମହାବିଦ୍ୟାଳୟକୁ ମଧ୍ୟ ଜବରଦସ୍ତି କଟକ ମଧୁସୂଦନ ଆଇନ ବିଶ୍ୱ ବିଦ୍ୟାଳୟ ଅଧିନରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଭ୍ୟତାର ବିକାଶ ପାଇଁ ଶିକ୍ଷାର ବିକେନ୍ଦ୍ରୀକରଣ ନିହାତି ଆବଶ୍ୟକ ଅଟେ ଏବଂ କୋସଲାଂଚଳର ମଧ୍ୟ ତିନୋଟି ବିଶ୍ୱବିଦ୍ୟାଳୟ ଯଥା ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ମଧ୍ୟ ରହିଅଛି । ସରକାର ଚାହିଁଥିଲେ ଉକ୍ତ ବିଶ୍ୱ ବିଦ୍ୟାଳୟମାନଙ୍କ ଅଧିନରେ ସଂପୃକ୍ତ ମହାବିଦ୍ୟାଳୟମାନଙ୍କୁ ରଖି ପାରିଥାନ୍ତେ କିମ୍ବା ଶିକ୍ଷାର ଆଂଚଳିକ ଭାରସାମ୍ୟ ରକ୍ଷା କରିବା ପାଇଁ କୋସଲାଂଚଳରେ ମଧ୍ୟ ଏକ ଆଇନ ବିଶ୍ୱବିଦ୍ୟାଳୟ ସ୍ଥାପନ କରି ପାରିଥାନ୍ତେ । ଏଣୁ ରାଜ୍ୟ ସରକାରଙ୍କ ଏତାଦୃଶ ଉପକୂଳ ଓଡିଶାବାଦୀ ନୀତିକୁ କୋସଲ ଯୁବ ସମନ୍ୱୟ ସମିତି ଓ ଅଲ କୋସଲ ଷ୍ଟୁଡେଣ୍ଟସ ୟୁନିୟନ ତୀବ୍ର ନିନ୍ଦା କରିବା ସହ ଏହା ବିରୁଦ୍ଧରେ ଧାରାବାହିକ ଭାବେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି କରିଛି । ଏହି ଆନ୍ଦୋଳନର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ଉଭୟ ସଂଗଠନର କେନ୍ଦ୍ରୀୟ କର୍ମକର୍ତ୍ତାମାନଙ୍କୁ ନେଇ ଏକ କୋର କମିଟି ଗଠନ କରାଯାଇଛି । ଏହି କମିଟିରେ କେୱାଇସିସି ସଭାପତି ଡୋଳାମଣି ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦିପକ ରଥ, ରିଲୁ ରଥ, ବରିଷ୍ଠ ଯୁବ ନେତା ଦୀପକ ଦାସ, ସ୍ୱାଧିନ ମିଶ୍ର, ଯୁବ ନେତା ଅଚ୍ୟୁତ ସିପୁନ ଖମାରୀ, ଦିପକ ଦେବତା, ବିନୋଦ କାଲସାଏ, ଲରେନ୍ସ ପ୍ରଧାନ, ଇଂ. ଉମାଶଙ୍କର ବେହେରା, ମନୋଜ ରାଓ, ଦିଲେଶ୍ୱର ବାଗ, ଏକେଏସ୍‌ୟୁର ସଭାପତି ଆକାଶ ପଣ୍ଡା, କେନ୍ଦ୍ରୀୟ ସଂଯୋଜକ ଅସୀମ ପଟେଲ ପ୍ରମୁଖ ସ୍ଥାନୀତ ହୋଇଛନ୍ତି । ଏହି କମିଟି ତରଫରୁ ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବୀପତ୍ର ଦେବା ସହ ଧାରାବାହିକ ଭାବରେ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି କରାଯାଇଛି ।

Leave A Reply

Your email address will not be published.