କୁଟ।ସିଂହ। ପଞ୍ଚାୟତରେ ହରିଚନ୍ଦ୍ର ଯୋଜନାର ଲାଭ ମିଳିବ କେବେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁଟି ଜନ୍ମ ହେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଅନେକ ଯୋଜନା ପ୍ରସ୍ତୁତ କରି ସମସ୍ତ ଗରିବ ଲୋକଙ୍କୁ ସହାୟତା ରାଶି ପ୍ରଦାନ କରୁଛନ୍ତି । କିନ୍ତୁ କେତେକ ଦାୟିତ୍ୱ ହୀନ ସରକାରୀ ବାବୁମାନଙ୍କ ପାଇଁ ଅନେକ ଗରିବ ଲୋକ ଏହି ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏପରି ଅନେକ ଘଟଣା ଦେଖିବାକୁ ମିଳୁଛି ଆଗଲପୁର( ଡୁଡୁକ।) ବ୍ଲକରେ । ସୂଚନାନୁସାରେ ଗୋଟିଏ ବ୍ୟକ୍ତିର ମୃତ୍ୟୁ ହୋଇଗଲେ ରାଜ୍ୟ ସରକାର ତାର ଶବ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୩୦୦୦ଟଙ୍କା ସହାୟତା ରାଶି ଯୋଗାଇ ଦେଉଛନ୍ତି । କିନ୍ତୁ ଆଗଲପୁର (ଡ଼ୁଡୁକା) ବ୍ଲକ ଅନ୍ତର୍ଗତ କୁଟାସିଂହ। ଗ୍ରାମ ପଞ୍ଚାୟତରେ ବିଗତ ତିିନି ବର୍ଷ ହୋଇଗଲା ଯେତେ ବି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି କେହିବି ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ପାଇନାହାନ୍ତି । ଅପର ପକ୍ଷରେ ଗ୍ରାମ ପଞ୍ଚାୟତକୁ ଜରୁରୀ କାଳୀନ ଫଣ୍ଡ ଗଲା କୁଆଡେ ବୋଲି ସାଧାରଣରେ ପଶ୍ନ ଉଠୁଛି । ପଞ୍ଚାୟତ କର୍ମଚାରୀ ଚାହିଁଲେ ସେହି ଫଣ୍ଡରୁ ମଧ୍ୟ ଶବ ସଂସ୍କାର ପାଇଁ ହିତାଧିକାରୀଙ୍କୁ ସଙ୍ଗେ ସଙ୍ଗେ ସହାୟତା କରିପାରନ୍ତେ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

error: Content is protected !!