ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ବିଜେପି ପକ୍ଷରୁ ଏନ୍ଏସି ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମୁଖ୍ୟମନ୍ତ୍ରୀ, ଗୃହରାଷ୍ଟ୍ର ମନ୍ତ୍ରୀ, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ପାଟଣାଗଡ, (ଗୋରେଖନାଥ ବରିହା) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହରାଷ୍ଟ୍ର ମନ୍ତ୍ରୀ ଦବ୍ୟଶଙ୍କର ମିଶ୍ର, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାମାଜିକ ବାସନ୍ଦ ଦାବୀରେ ପାଟଣାଗଡ଼ ବିଜେପି ପକ୍ଷରୁ ଏନ୍ଏସି ଓ ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ବରେ ରାଜଖମାରଠାରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରଥମେ ଏନ୍ଏସି ପରେ ବ୍ଳକ କାର୍ଯ୍ୟାଳୟକୁ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ସହ ମମିତା ମେହେରଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରିଥିଲେ । ରାଜ୍ୟ ସରକାର ନାରୀ ମାନଙ୍କୁ ସମ୍ମାନ ଦେଉଥିବା ବେଳେ ମୁଖ୍ୟ ମନ୍ତ୍ରୀ ଚୁପ୍ କାହିଁକି ? ତୁମର ସମ୍ବେଦନଶୀଳତା କୁଆଡେ ଗଲା ବୋଲି ବିଜେପି ପକ୍ଷରୁ ଦୃଢ଼ ସମାଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ର ମନ୍ତ୍ରୀ ଦବ୍ୟଶଙ୍କର ମିଶ୍ର ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏଥିରେ ବ୍ଳକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ପୂର୍ବତନ ଏନ୍ଏସି ଚେୟାରମେନ ମାନସ ମଞ୍ଜରୀ ପାଣିଗ୍ରାହୀ ଓ ପ୍ରକାଶ ଯୋଶୀ, ସୁକାନ୍ତ ଦାସ, ମନବୋଧ ବରିହାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.