ନୂଆଁଖାଇ ପାଇଁ କୋଶଲୀ ସର୍ଟ ଫିଲ୍ମ “କୁରେ ପତର”ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ପାଇଁ କୋଶଲୀ ସର୍ଟ ଫିଲ୍ମ “କୁରେ ପତର” ବଲାଂଗୀର ଲାଲ୍‌ଟିକ୍ରାଠାରେ ଶୁଭାରମ୍ଭ ହୋଇଯାଇଛି । ଆଜିକାଲି ନୂଆଁଖାଇରେ ଅନେକ ଆମର ପରମ୍ପରା ସଂସ୍କୃତିକୁ ଭୁଲି ଯାଇ କୁରେ ପତରରେ ଖାଇବା ବଦଳରେ ସିଲଭର ଖଲି ଦନା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ସେଭଳି ଏକ ଘଟଣା ଦେଖି ନୂଆ ଅନ୍ନ ଖାଇବା ଫିକା ପଡ଼ିଯାଇଛି । ଏଇ କଥାକୁ ଆଖି ଆଗରେ ରଖି ଏଇ ଫିଲ୍ମ ନିର୍ମାଣ କରାଯାଉଛି । କାଇଁଚ ମିଡ଼ିଆ ପ୍ରସ୍ତୁତ ଏଇ ଫିଲ୍ମର ଲେଖକ ଓ ନିର୍ଦ୍ଦେଶକ ଚୂଡ଼ାମଣି ମୁଦୁଲି ଥିବା ବେଳେ ପ୍ରଯୋଜକ ଅଛନ୍ତି ଗୋପୀନାଥ ଦଣ୍ଡସେନା । କ୍ୟାମେରାରେ ସାନନ୍ଦ ମହାଲିଙ୍ଗ, ଦିନେଶ ମେହେର ଓ ଧରଣୀ ପଟେଲ ଅଛନ୍ତି । ଅଭିନୟରେ ନିମାଇଁ ଚରଣ ପାଣିଗ୍ରାହୀ, କୁମୁଦିନୀ ପୃଷ୍ଟି, ରୁଦ୍ରଦେବ ସାହୁ, ସୁଷମା ବାଗ, ଉପେନ୍ଦ୍ର ମେହେର, ଚନ୍ଦ୍ରମା ହୋତା, ନିରଞ୍ଜନ ପଣ୍ଡା, ବିକାଶ ଦଲାଇ, ଗୋପୀନାଥ ଦଣ୍ଡସେନା, ଅଂଶିତା ସାହୁ, ଆୟୁଷମାନ ବାରିକ, ଉମେଶ ବିଶ୍ବାଳ ଓ ଗଜେନ୍ଦ୍ର ସେଠୀ । ପରିଚାଳନାର ସହଯୋଗ କରିଥିଲେ ସଚ୍ଚିଦାନନ୍ଦ ସାହୁ ।

Leave A Reply

Your email address will not be published.